STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ଜୟ ମାଆ

ଜୟ ମାଆ

1 min
199


ଚରଣେ ପ୍ରଣତି ଜଣାଏ ମାଆଲୋ ଜଗଜ୍ଜନନୀ ବିରଜା

ଯଯାତି ନଗରେ ବୈତରଣୀ ତୀରେ ଉଡ଼ଇ ମାଆ ତୋ ଧ୍ଵଜା।


ଐତିହ୍ୟ ସମ୍ପନ୍ନ ଯାଜପୁର କ୍ଷେତ୍ର ମହାବାରେଣୀ ସ୍ନାହାନ,

ଦଶାଶ୍ଵମେଧ ଘାଟ ଯେ ପବିତ୍ର ପୂଣ୍ୟ ତା'ର ଅକଳନ।


ବରାହ ବିରଜା ଯେ ଯଜ୍ଞସମ୍ଭୂତା ଶାସ୍ତ୍ରପୁରାଣେ ବର୍ଣ୍ଣିତ,

ପିତୃପକ୍ଷ ପିଣ୍ଡଦାନେ ହୋଇ ମୋକ୍ଷ ନାଭିଗୟା ଯେ ନାମିତ।


ମଉନେ ବସିଛି ମାଆ ବିରଜାଇ କୃପାନେତ୍ରେ ଥାଏ ଚାହିଁ,

କାନ୍ୟକୁବ୍ଜ ବିପ୍ର କରିଥିଲେ ତୋଷ ଲୋକକଥା ଅଛି ରହି।


ପୂଣ୍ୟ ତୀର୍ଥକ୍ଷେତ୍ର ଅତୀବ ପବିତ୍ର ଆଶ୍ଚର୍ଯ୍ୟ ବି ଏହି ସ୍ଥାନ,

ପଣତ ଘୋଡେଇ ରଖିବେ ବିରଜା ସତ୍ୟଧର୍ମେ ଥିଲେ ପ୍ରାଣ।


ଅଜ୍ଞାନ ସନ୍ତାନ ମାଗେ ନାହିଁ ଧନ ଅଳି ମୋ ଜଗତ ପାଇଁ,

ଏ ଧରାରୁ ଦୁଃଖକ୍ଲେଶ କର ଦୂର ଶ୍ରୀପଦେ ନମି କହଇ।


ଜୟ ମାଆ ବିରଜା ଜଗତଜନନୀ ଅଭୟ ବରଦାୟିନୀ,

ସୁଖଦାୟିନୀ ମଙ୍ଗଳକାରିଣୀ ଜୟ ମା ବିଶ୍ଵକଲ୍ୟାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational