STORYMIRROR

Ajit Kumar Raut

Inspirational Children

3  

Ajit Kumar Raut

Inspirational Children

ନିତି ବନ୍ଦିବି ଚରଣ

ନିତି ବନ୍ଦିବି ଚରଣ

1 min
179


ଆରାଧ୍ୟ ଜୀବନେ ପିତା ହିଁ ମୋହର


ଜ୍ଞାନର ଆଲୋକ ସେହୁ,


ତାଙ୍କ ଜ୍ଞାନ ବଳେ ଜ୍ଞାନୀ ମୁଁ ହୋଇଛି


କର୍ମପଥ ମୋର ସେହୁ।୧।


ଯେତେ ହିଁ ସେବିବି ଚରଣେ ତାଙ୍କର


ନିଅଁଟ ହୋଇବ ସବୁ,


ତାଙ୍କ ପ୍ରତି ମୋର ଜୀବନ ଅର୍ପଣ


କର୍ତ୍ତବ୍ୟର ପଥ ସବୁ।୨।


କର୍ତ୍ତବ୍ୟ ପଥଟି ବିଚଳିତ ନୋହୁଁ


ଭକ୍ତି ରହୁ ସଦା ତାଙ୍କ,


ନିଅଁଟ ନ ହେଉ ଜୀବନେ ତାଙ୍କର


ଆଦର ରହୁଟି ତାଙ୍କ।୩।


ମନପ୍ରାଣ ଦେଇ ସେବା ତାଙ୍କ ହେଉ


ବିଚଳିତ ନୋହୁଁ ପ୍ରାଣ,


ଯାହା ଇଚ୍ଛା ତାଙ୍କ ଜୀବନ ଯାତ୍ରାରେ


ପ୍ରାଣ ମୋର ସମର୍ପଣ।୪।


ତାଙ୍କ ଉପଦେଶ ମାନୁ ଥିବି ସଦା


କାଟୁ ଥିବି ଏ ଜୀବନ,


ସେହୁ ସ୍ବର୍ଗ ମୋର ଜୀବନ ପଥରେ


ମୁକ୍ତି ପଦ ହିଁ ଜୀବନ।୫।


ସେହୁ ଗୁରୁ ମୋର ଜୀବନ ନିର୍ମାଣେ


ସବୁ ଶିକ୍ଷା ହିଁ ତାଙ୍କରି,


ସବୁ ଗୁଣେ ସେହୁ ବିଭୂଷଣ କଲେ


ଏ ଜୀବନ ହିଁ ତାଙ୍କରି।୬।


କି ପରି ଭୁଲିବି ଅବଦାନ ତାଙ୍କ


ପରଂବ୍ରହ୍ମ ମୋର ସେହୁ,


ସବୁ ସୁଖ ମୋର ଅଜାଡି ଦେବି ମୁଁ


ଜୀବନେ ସର୍ବସ୍ୟ ସେହୁ।୭।


ଅଳଙ୍କାର ମୋର ଭୂଷଣ ହିଁ ମୋର


ପଥ ପ୍ରଦର୍ଶକ ଭି ସେହୁ,


ଯାହା କିଛି ମୁହିଁ ଅର୍ପଣ ତାଙ୍କର


ଜୀବନ ଆଲୋକ ସେହୁ।୮।


କର୍ତ୍ତବ୍ୟ ପଥରେ ପ୍ରଭୁ ଆଶିର୍ବାଦ


ନିତ୍ୟେ ରହୁ ଥାଉ ମୋର,


ପଛଘୁଞ୍ଚା ନୋହୁଁ କର୍ତ୍ତବ୍ୟ ପଥରୁ


ପିତା ଭକ୍ତି ରହୁ ମୋର।୯।


ଆରାଧ୍ୟ ଜୀବନେ ପିତା ହିଁ ମୋହର


ଜ୍ଞାନର ଆଲୋକ ସେହୁ,


ତାଙ୍କ ଜ୍ଞାନ ବଳେ ଜ୍ଞାନୀ ମୁଁ ହୋଇଛି


କର୍ମପଥ ମୋର ସେହୁ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational