STORYMIRROR

Saroj Kumar Meher

Children Stories

3  

Saroj Kumar Meher

Children Stories

କିଏ ଶୁଣିବ

କିଏ ଶୁଣିବ

1 min
198

ଏତେ ବଡ଼ ମାନେ    ଥାଉଁ ଏ ଜଗତେ

    ଏ ଦୀନ ନ ପାଏ ଠାଵ

ତୁମେ ଦୟା ମୟୀ    ନ ଶୁଣିଲେ ଡାକ 

    କିଏ ମୋ ଡାକ ଶୁଣିବ

ମାତ ଆସ...ଆସ,

ପୂଜା ମଣ୍ଡପରେ ଆସି ବସ // 


ମୁହିଁ ନୁହେଁ ମାତ     ଧୃବ ପ୍ରହଲ୍ଲାଦ

    ନୁହେଁ ତାର ମନ୍ଦୋଦରୀ

ନୁହେଁ ମୁ ସୁଦାମା    ଗୋପାଙ୍ଗନା ବାମା

    କରୁଛି ଖାଲି ଗୁହାରି

ମାତ ଆସ...ଆସ,

ଭକ୍ତ ଜନରେ ଦିଅ ସାହସ //


ସତ ମୁଁ କହୁଛି     ଆଖି ମୋ ଛୁଉଁଛି

   ଯାହା ଯେତେ ଅଛି ରାଣ

ସବୁ ମୁଁ ଖାଉଛି     ହଜେଇ ଦେଇଛି

    ଜୀବନର ଟାଣ ପଣ

ମାତ ଆସ...ଆସ,

ଦୀନ ମନେ ଜଗାଅ ବିଶ୍ୱାସ //

ତୁମ ପରି ମାତ     ଥାଉଁ ଏ ଜଗତ

    ଏମିତି କିପରି ହେଲା

କୃପା ବଦଲରେ     ଅଭିଶାପ ଶିରେ

    କିପରି ବରଷା ହେଲା

ମାତ ଦେଖ...ଦେଖ, 

ମୋର ଶୁଖି ଯାଏ ତେଜ ମୁଖ // 

   



Rate this content
Log in