STORYMIRROR

Saroj Kumar Meher

Children Stories

3  

Saroj Kumar Meher

Children Stories

ପଦ ରେଣୁ ଟିକେ ଦିଅ

ପଦ ରେଣୁ ଟିକେ ଦିଅ

1 min
230

ସଂଜ ସକାଲରେ     ତୁମ ନାମ ଜପି

        ଦିନ ବିିିତି ଯାଉ ମୋର

ତୁଣ୍ଡ ଗାଉଥିଵ       ସଦା ନାମ ତଵ

       ଯଶ ତୁମ ଜୀବନର ।


ତୁମ ପୂଜା ବିଧି      ଆରାଧନା କରି

       ଶାନ୍ତି ଲଭୁୁଥିବ ମନେ

ମାନ ଅପମାନ       ମନୁ କର ଦୂର

       ଗୁଜବ ନ ଆସୁ କାନେ ।


ଆଶିିିିଷର ବାରି      ବରଷୁ ମୋ ଶୀରେ

       ତୁମ କାମ କରିବାକୁ

ସାହାସର ଧାରା      ବଢାଅ ଜୀବନେ

       ବଳ ଦିଅ ମୋ ଦେହକୁ ।


ଚିତା ଚଇତନ       ଭରିିଦିଅ ମନ

      ଗାଇବାକୁ ତୁମ ନାମ

ଚେତନାରେ ଥାଇ      ପଥ ଯିବି ବାହି 

      ଭଜି ତୁମ ସଂକୀର୍ତ୍ତନ୍ୟ ।


ଏପରି ଶକତି         ଦେବହେ ଠାକୁରେ

      ଜନ ସେବା କରିବାକୁ

ନର ସେବା ଯେଣୁ      ନାରାୟଣ ସେବା

     ଅନ୍ତର  ଭରେ ମନକୁ ।


ଅତିଥିଙ୍କୁ ଦେଖି       ଘରକୁ ଆଣିବା

       ଭାଗି ହୋଇ ତାଙ୍କ ସୁଖେ

ଯଦିବା ତାଙ୍କର       ଦୁଃଖ ବେଳ ଥାଏ

      ଭାଗ ନେବି ତାଙ୍କ ଦୁଃଖେ ।


Rate this content
Log in