STORYMIRROR

Karuna kara Ghantual

Children Stories

3  

Karuna kara Ghantual

Children Stories

ମୁଠାଏ ଭାତ

ମୁଠାଏ ଭାତ

1 min
176

    ମୁଠାଏ ଭାତରେ   ଦିନ ମୋର ସରେ

         କି ହେବ ଖିରୀ ଖେଚୁଡ଼ି

     ତୁମ ନାମ ଗାଇ   ଦିନ ଯାଉ ବାହି

         ଗଲେ ଯାଉ ପ୍ରାଣ ଛାଡି

        ପ୍ରଭୁହେ,ତୁମରି ଭରସା ନେଇ 

ଜୀବନ ରଖିଛି, ଆଗକୁ ଚାଲୁଛି, କେଜାଣେ ମୋ ଛାଇ କାହିଁ?

    କାହିଁକି କେଜାଣି     ପଙ୍ଗୁକଲ ଆଣି

          ଜାଣି ନ ପାରଇ ମୁହିଁ 

    ତୁମ ନାମ କାଳେ   ଭୁଲି ଯିବି ଭଲେ

          ସଉଧରେ ଥିଲେ ରହି

       କାଲିଆ, ତୁମେତ ଭାରି ହଟିଆ

 ଲୋଡ଼ା ନାହିଁ ମୋର, ସମ୍ପତ୍ତି ସଂଭାର,ରଖ ତୁମରି ହଳିଆ ||

    ଜୀବ ଥିବା ଯାଏ        ଅବଢ଼ା ମୁଠାଏ  

           ନିତି ଏହି ଆଜ୍ଞା ହେଉ

    କିଛି ନ ପାରିଲେ      ନାମ ଜପିବାରେ

         ଲଗାଇବ   ମହାବାହୁ

      ଆଳତୀ, ଦେଖିବି ସଂଜ ସକାଳେ

ଜୀବ ଥିବା ଯାଏ,ଆସରା ଟିକିଏ,ମାଗୁ ଅଛି ଭୁଜତଳେ ।

      ସୁର ତାଳ ଲୟ    କରୁଛି ଅଥୟ

           ଗାଇ କଟି ଯାଉ ଦିନ

  ପ୍ରତି ଶବଦରେ     ଝରୁଥିବ ଝରେ

         ଥିବ ତୁମରି ଭଜନ

    ପ୍ରଭୂହେ,ଏହି ଆଜ୍ଞା ମୋତେ ହେଉ

ତୁମ ମନ୍ଦିରର,ଜଗୁଆଳି ହୋଇ, ଦିନ ମୋର କଟି ଯାଉ ।

            

                 


Rate this content
Log in