STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ସୁନୀଳ ଅମ୍ବର

ସୁନୀଳ ଅମ୍ବର

1 min
153

ମନୋଜ୍ଞମୟ ସୁନୀଳ ଅନ୍ତରୀକ୍ଷେ

ଖଣ୍ଡ ଖଣ୍ଡ ଜଳଧର

ଅପୂର୍ବ ରୂପ ଲାବଣ୍ୟେ ବସୁନ୍ଧରା

ସବୁଜ ପଣତ ମନୋହର

ଜଗଜ୍ଜନ ମନ ମୋହେ

ପହିଲି ଆଷାଢ଼ ମୌସୁମୀ ପରଶେ 

 ରୂପ ପସରା ପ୍ରକୃତିର।


ମାର୍ତ୍ତଣ୍ଡ ଆଭାରେ ଅବନୀ ଶୋଭନ

ମହୀରୁହେ ମଞ୍ଜରୀ ସୁମନ

ବିହାୟସ ସାଥେ ବସୁଧା ମୁଦିରେ

ମିଳନ ସୌନ୍ଦର୍ଯ୍ୟ ଜାଣ

କୃଷକ ଯେ ଆହ୍ଲାଦିତ

ଫଳପ୍ରସୂ ଧରା ସୁରମ୍ୟ ତ ପରା

ମେଘମାଳେ ନୃତ୍ୟମାନ।


ମଧୁର ମନ୍ଦ ମଳୟେ ନୃତ୍ୟ କରେ

ତରୁଲତା ଧରାରେ

ପାହାଡ଼ ଶିଖରୁ ଭାନୁ ତେଜ ଘେନି

ଲାବଣ୍ୟମୟୀ ରୂପରେ

ଆମ ଏହି ପୃଥିବୀରେ

ବିହି ଗଢିଛନ୍ତି କେତେ ରୂପରଙ୍ଗେ

ମନ ପ୍ରାଣ ମୋହି ଯାଏରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational