STORYMIRROR

Barsha Swain

Tragedy

3  

Barsha Swain

Tragedy

ପତ୍ରଝଡା

ପତ୍ରଝଡା

1 min
181

ମୁଁ ଦେଖୁଥାଏ ଅହରହ

ଆଖିର ପଲକ ନ ମୁଦି

ବାରମ୍ବାର ଚାହିଁ ରହିଥାଏ 

ସେଇ ଶୁଷ୍କ ଥୁଣ୍ଟା ବୃକ୍ଷଗୁଡିକୁ

ଶୁଖିଲା ଖମ୍ବ ପ୍ରାୟ ସ୍ଥିତିକୁ ।


ଅହରହ ଚାହିଁ ରହିଥାଏ ନେତ୍ରଯୁଗଳ 

ସେଇ ବୃନ୍ତଚ୍ୟୁତ ପତ୍ରସବୁକୁ  

 ଝରିପଡିଥିବା ଶୁଖିଲା ତନ୍ତୁସବୁକୁ ଛୁଇଁ

ସାଉଣ୍ଟିବାରେ ବ୍ଯସ୍ତ। 

 

ମନେ ପଡେ... ଏ ଶୁଖଲା ପତ୍ର... ?

ଜଳିବା ପାଇଁ ଉପଯୁକ୍ତ 

କି ଅବା ଆଶ୍ରା ଅଛି ତାର

ଅନୁରୂପ ସମ୍ପର୍କ... 

ବନ୍ଧନମୁକ୍ତ ହେବା ପରେ 

ରାସ୍ତା ବଦଳିଯାଏ  

ବଦଳିଯାଏ ନିୟତି 

ପୁଣି କେତେ ଯେ ଅଡ଼ୁଆ ଖିଅ ଧରି 

ସଜାଡିବାର ଉଦ୍ୟମ ।


ତୁମେ ହୁଏତ ଭୁଲିଯାଇପାର 

ହେଲେ ମୁଁ ଭୁଲିନି...

ସେଥିପାଇଁ ତ ଦୁଃଖର ପାହାଡ ଚଢେ ! 

ବିନା ଦ୍ୱିଧାରେ ବିନା କ୍ଲେଶରେ ।


ଅହରହ ନିରୀକ୍ଷଣ କରୁଥାଏ ମୁଁ 

ସେହି ବୃନ୍ତସବୁକୁ 

ଅବିରତ ଉଦ୍ୟମ ଜାରିରଖେ

ଅସଜଡା ସମ୍ପର୍କକୁ ସଜାଡିବାକୁ 

ଏକ ନୂତନତାର ଆରମ୍ଭ କରିବାକୁ 

ଅପେକ୍ଷା କରିଥାଏ ନୂଆ ସକାଳକୁ। 


ପତ୍ରଝଡା ତ ପ୍ରକୃତିସ୍ଥ 

ନୂତନ ପତ୍ରର ଅନ୍କୁରୋଦଗମ ହୁଏ 

ଗଛ ପୁଣି ସବୁଜ ହୋଇ ଉଠେ

ଶୁଖିଲା ବୃନ୍ତ ଯେ ନୂତନରୂପ ଧାରଣ କରେ 

ତାହା ତମକୁ ବି ଜ୍ଞାତ। 


ମନେଅଛି... ମନେଅଛି କି?  

ସେଦିନ ସନ୍ଧ୍ୟାରେ....

 ଏଇ ଗଛମୂଳରେ ଆମର ଶେଷ ଭେଟ

ଦୁନିଆଁର ରୀତି ନୀତି ବିରୁଦ୍ଧରେ 

ତୁମର ସେ ବକ୍ତବ୍ୟ.....

ମତେ ନିଜର କରିବାର ଜିଦ୍ ।


ହଠାତ୍ ବର୍ଷାର ଆଗମନ 

ସଙ୍ଗୀତର ତାଳେ ତେଳେ

ମୋ ପାଉଁଜିର ଛମ୍ ଛମ୍ ଶବଦରେ

ତୁମ ନୀରବତା ଭାଙ୍ଗିବାର ପ୍ରୟାସ 

ଆଜି ଗୁଞ୍ଜରିତ ହୁଏ ପ୍ରାଣରେ। 


ପତ୍ରଝଡା କଷ୍ଟ ଦିଏ ଭାରି

ସଂଯୋଗର ଚେଷ୍ଟା କରି 

ଅସହାୟ ମୁଁ... 

ହାରିଯାଏ ମୁଁ  

ଯୋଡିପାରେ ନାହିଁ 

ଶୁଷ୍କ ଡେମ୍ଫକୁ ବୃନ୍ତରେ ।


ଶୁଷ୍କ ବୃନ୍ତ ପରି ତୁମେ 

ଆଜି ନୀରବଦ୍ରଷ୍ଟା

ଭୁଲିଯାଇଛ ତୁମେ

ହେଲେ ମୁଁ ସାଉଁଟି ଚାଲିଛି 

ତୁମର ସେଇ ପ୍ରତିଶ୍ରୁତି ସବୁକୁ

ଗୋଟେଇ ଚାଲିଛି ମୁଁ  

ଖୁସି ସବୁକୁ ମୋ ଅଣ୍ଟିରେ

ତୁମ ଛଳନାର ରଙ୍ଗରେ ରଙ୍ଗୀନ ହେବାକୁ 

ଆଜି ବି ମୁଁ ଚାହିଁଛି

ସେଥିପାଇଁ ତ ଅହରହ ଶୁଷ୍କ ବୃନ୍ତକୁ ଦେଖୁଛି। 


ମୁଁ ଜାଣେ  

ମୋର ବିଶ୍ୱାସ 

ତୁମେ ଭୁଲିନ...

ଭୁଲିପାରିବନି କେବେ

ନିଃଶ୍ୱାସ ଚାଲିଥିବାଯାଏ

ତୁମେ ଫେରିବ ନିଶ୍ଚିତ 

ପତ୍ରଝଡା ଋତୁପରେ। 



Rate this content
Log in

Similar oriya poem from Tragedy