STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Classics

ପତି ପରମେଶ୍ବର

ପତି ପରମେଶ୍ବର

1 min
155


ସଂସାର ବନ୍ଧନେ ଉଭୟ ନାରୀ ପୁରୁଷ

ପରସ୍ପରର ହୁଅନ୍ତି ଜୀବନ ସାଥୀ

ଭରସା ବିଶ୍ବାସର ପରିଧି ମଧ୍ୟରେ ରହି

ଜଣେ ହୁଏ ଆଉ ଜଣକର ଅତି ଆତ୍ମୀୟ

ମନ ପ୍ରାଣ ଆତ୍ମା ହୃଦୟରେ ଦୁହେଁ 

ହୋଇଥାନ୍ତି ଏକ ଏକାକାର ଅଭିନ୍ନ

ଜନ୍ମ ଜନ୍ମାନ୍ତରର ଅତୁଟ ଏ ପବିତ୍ର ସଂପର୍କ।

ସ୍ତ୍ରୀ ପାଇଁ ସ୍ବାମୀଟିଏ ପତି ପରମେଶ୍ବର

ସ୍ବାମୀ ପାଇଁ ସ୍ତ୍ରୀଟିଏ ଦେବୀ ଶିରୋମଣି

ଇହକାଳ ପରକାଳର ଦୁହେଁ ହୋଇଥାନ୍ତି

ପତି ଆରାଧ୍ୟ ଦେବତା ଗତି ମୁକ୍ତି ଦାତା

ପତ୍ନୀ ଅର୍ଦ୍ଧାଙ୍ଗୀନୀ ଜୀବନ ସଙ୍ଗିନୀ

ପତନରୁ ରକ୍ଷାକରି ପତିକୁ କରେ ମର୍ଯ୍ୟାଦାବନ୍ତ 

ଏକ ଶଗଡ଼ର ଦୁଇ ଚଳନ୍ତା ଚକ

ଏକ ବୃନ୍ତର ଦୁଇଟି ସଦ୍ୟ ଫୁଟା ଫୁଲ

ଜଣକ ବିନା ଆନର ଜୀବନ ଶୂନ୍ୟ।

ଦୁହେଁ ହୋଇ ଏକ ଆଦର୍ଶରେ ଅନୁପ୍ରାଣିତ

ସଜାଡ଼ି ଦିଅନ୍ତି ଅସଜଡା ପରିବାର

ଘରକୁ ଗଢି ତୋଳନ୍ତି ଏକ ମନ୍ଦିର କରି

ଯେଉଁଠୁ ବହୁଥାଏ ଭଲ ପାଇବାର ଅମୃତ ଝର

ପ୍ରେମରେ ପ୍ରେମରେ ଉଠୁଥାଏ ନିତି

ହସ ଖୁସି ଆନନ୍ଦର ଅସରନ୍ତି ଜୁଆର

ଜୀବନ ହୁଏ ଶାନ୍ତି ସନ୍ତୋଷରେ ମଧୁମୟ।

ନାମରେ କହିଲେ ପତି ପରମେଶ୍ବର

ହୁଏନା କିଛି ଫଳପ୍ରଦ ମିଳେନା ଐଶ୍ଵର୍ଯ୍ୟ

ଶ୍ରୀରାମଙ୍କ ପରି ହେଲେ ମର୍ଯ୍ୟାଦା ପୁରୁଷ

ଦେବୀ ସତୀ ସୀତା ପରି ଭାର୍ଯ୍ୟା ମିଳନ୍ତି

ନୁ଼ହଁଇ କେବେ ଏ ଦ୍ଵିମତର ପ୍ରଶ୍ନ

ସୃଷ୍ଟିର ଏ ଚିରନ୍ତନ ସତ୍ୟ ବିଧିର ବିଧାନ

ପ୍ରଜାପତିଙ୍କର ଗଣନାରେ ହୋଇଥାନ୍ତି ମେଳ

ପୁରୁଷ ପ୍ରଧାନ ସମାଜେ ଅଛି ଏ ଆବାହନ କାଳୁ।

ବୈଦିକ ଯୁଗରୁ ସଭ୍ୟତା ସଂସ୍କୃତି

ପ୍ରମାଣ ଦେଇ ଆସିଛି ପତି ପରମେଶ୍ବର

ଏ ଏକ ଉନ୍ନତ ଚିନ୍ତାଧାରାର ବଳିଷ୍ଠ ବିଚାର

ଯେଉଁଠି ନାରୀ ଚିର ସମ୍ମାନୀୟା ବନ୍ଦନୀୟା 

ସେବା ତ୍ୟାଗରେ ମହନୀୟା ପୂଜ୍ୟନୀୟା

ବସୁଧା ପରି ସର୍ବଗୁଣେ ସର୍ବଂସହା ଅନନ୍ୟା।

ପତି ପରମେଶ୍ବର ରୂପେ ପତ୍ନୀକୁ ଦିଏ ଯେବେ

ଦେବୀର ସ୍ଥାନ ମନେ ପ୍ରାଣେ ହୃଦୟରେ

ନାରୀଟିଏ ଅଙ୍ଗୀକାର କରିନିଏ ତାକୁ

ତାର ଆରାଧ୍ୟ ଦେବତା ପରମେଶ୍ବର ବୋଲି

କାର୍ଯ୍ଯରେ ନ କରି ଆଶା କଲେ ଉଚ୍ଚ ସ୍ଥାନ

ମିଳେନା କେବେ କାହାକୁ ସଂସାରରେ

ସେ ହୁଏ କେବଳ ମଧୁର ଶବ୍ଦର ଉଚ୍ଚାରଣ ମାତ୍ର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action