STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ପଥିକର ଏକାନ୍ତ ଯାତ୍ରା

ପଥିକର ଏକାନ୍ତ ଯାତ୍ରା

1 min
251


ଏକାନ୍ତର ଯାତ୍ରାପଥରେ ଦିଶେ

ଜଳ କମ୍ ଅଧିକ ଅନଳ

ବୁଡ଼ିବାର ନାହିଁ ବେଶି ଭୟ

ଜଳୁଥିବ ଅ‌ହରହ ଅନ୍ତରେ ଅନ୍ତରେ

ବାନ୍ଧିରଖି ଛାତିରେ ତତଲା କୋହ,


ଏକାନ୍ତର ଯାତ୍ରାପଥରେ ଦିଶେ 

ପୁଷ୍ପ କମ୍, ବୃକ୍ଷରେ ପତ୍ର ଅଧିକ

କୋମଳତାର ମୃତ୍ୟୁ ପରେ ପରେ

ଶୀତଳତାର ସବୁଜ ତରୁଲତା

ଟାଣିନେଉଥିବ ପଦଯୁଗଳକୁ

ଭାଙ୍ଗିଦେଇ ସ୍ନେହ-ମମତା ଓ ମୋହ,


ଏକାନ୍ତର ଯାତ୍ରାପଥରେ ଦିଶେ 

ଛାଇ କମ୍ ଅଧିକ ଦୂରତା

ପ୍ରଖର ସୂର୍ଯ୍ୟତାପ ହୃଦେ ଧରି

କିଞ୍ଚିତ କିଞ୍ଚିତ ଛାଇର ଆଶ୍ରା କରି

କୋଷକୋଷ ଦୂର ଚାଲୁଥିବ ପାଦ

ତ୍ୟାଗ କରି ନିଜ ମାଟି ଓ ସୁଖଲୁହ,


ଏକାନ୍ତର ଯାତ୍ରାପଥରେ ଦିଶେ

ମିଛ କମ୍, ସତ୍ୟ-ବାସ୍ତବ ଅଧିକ

ମିଛ ସ୍ପଷ୍ଟ ବିଦିତ ହୁଏ ଜଳ ପରି

ସତ୍ୟର ଦର୍ଶନ ବିରଳ କଥା ପରି

ହାତଧରି ଆଗକୁ ନିଏ ବିବେକ ନଦୀର ସୁଅ।


Rate this content
Log in

Similar oriya poem from Abstract