Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ପଥଭ୍ରଷ୍ଟ ଆମେ ଜନତା

ପଥଭ୍ରଷ୍ଟ ଆମେ ଜନତା

2 mins
153



  ଆମକୁ ଲୋଡା ସ୍ଵାର୍ଥ ଅର୍ଥ କ୍ଷମତା

   ଆମ ହୃଦେ ସମତାରେ ନାହିଁ ମମତା

   ଦରକାର ନାହିଁ ଆମକୁ ଭାଇଚାରା

    ଦରକାର ନାହିଁ ଆମକୁ ମିତ୍ରତା

    ହେବାକୁ ଚାହୁଁ ଆମେ ପୁଞ୍ଜିପତି

   ଲୋଡା ଆମକୁ ପୁଞ୍ଜିବାଦୀ 

     ଶାସନ ବ୍ୟବସ୍ଥା

   ସାମ୍ୟବାଦ ସମାଜବାଦ ର

       ଭାଷଣ ଦେଇ

   ଶୋଷଣତନ୍ତ୍ରରେ ରଖୁ

       ଆମେ ଭାଇ ମମତା

   ପଥ ଭ୍ରଷ୍ଟ ଆମେ ଜନତା

      ପଥଭ୍ରଷ୍ଟ ଆମେ ଜନତା ।


    ପୁଞ୍ଜିପତିଆଙ୍କ ଗୋଡିଆଣିଆ ସାଜି

    ଖାଲି ହାସଲ କରିବୁ 

     ନାମ ଅର୍ଥ ଆଉ କ୍ଷମତା

    ସମତା ରେ ନାହିଁ ଆମ ମମତା

    ଦଳିତ ନିଷ୍ପେସିତ ପୁଣି

        କଲେଣି ଶୋଷଣ

    ପୁଞ୍ଜିପତିଆଙ୍କ ଦଲାଲ୍ ସାଜି

    ଦେଉଛନ୍ତି ମିଛ ଭାଷଣ 

    ନାହିଁ ତାଙ୍କ ମଧ୍ୟେ ଆଉ ଏକତା

     ସତ୍ ପଥ ଛାଡି ମିଥ୍ୟା ଆଚରି

   ଏବେ ପଥ ଭ୍ରଷ୍ଟ ଆମ 

     ଶୋଷିତ ଦଳିତ ଜନତା

    ସମତାରେ ଆଉ ନାହିଁ ମମତା।


   ଲାଞ୍ଚୁଆ ମିଛୁଆ ଟାଉଟର

      ଏବେ ମାଳମାଳ

    ରାଜନେତା ଠାରୁ ଜନତା ପର୍ଯ୍ୟନ୍ତ

    ସଭିଏଁ ଏଠି ଆମେ ଫାଳ ଫାଳ

    ଭୁଲି ଗଲୁଣି ଆମେ 

     ସଭିଏଁ ନୀତି ନୈତିକତା 

   କୁକର୍ମ ଦୁଷ୍କର୍ମ ରେ 

    ବଢାଇଛେ ଆମ ନୈପୁଣ୍ୟତା

    ପଥ ଭ୍ରଷ୍ଟ ଆମ ବୁଦ୍ଧିଜୀବୀ ଦଳ

     ପଥ ଭ୍ରଷ୍ଟ ଆମ କବି ଲେଖକ

   ଦିଗଭ୍ରଷ୍ଟ ଆମ ଗଳ୍ପ କାହାଣୀ ଓ କବିତା

    ପଥ ଭ୍ରଷ୍ଟ ଆମେ ଜନତା 

     ପଥ ଭ୍ରଷ୍ଟ ଆମେ ଜନତା ।


    ଖୋଜୁଛେ କେବଳ ଆମେ ନେତା

    କାର୍ଯ୍ୟାଳୟ ଠାରୁ ଭାର୍ଯ୍ୟାଳୟ ଯାଏଁ

     କେଉଁଠି ନାହିଁ ନିରାପତ୍ତା

    ସଭିଏଁ ସବୁଠି ଖୋଜୁଛେ ଜନନେତା

   ଜନତା ଯେଉଁଠି 

    ହରାଇଲେଣି ନୀତି ନୈତିକତା

   କାହୁଁ ସେ ସମାଜେ ସେ ଦେଶେ ମିଳିବେ

    କୁହ ଭାଇ କୁହ ଜନନେତା ?


   ଗାନ୍ଧୀ ଗୋପବନ୍ଧୁ ସୁବାଷ ଙ୍କ ଆଦର୍ଶ

    ହୋଇଅଛି ଆଜି ପରା ମିଥ୍ୟା

    ତାଙ୍କ ନାଁ ନେଇ ତାଙ୍କ କଥା କହି

     ତାଙ୍କ ଆଦର୍ଶର ଭେଳିକି ଦେଖାଇ

    ମିଥ୍ୟା ପ୍ରତିଶ୍ରୁତି ମିଥ୍ୟା ଭାଷଣ ଦେଇ

     ସାଜନ୍ତି ଏ ଦେଶେ ଆମ ପ୍ରତିନିଧି

      ଆମ ଭାଗ୍ୟ ବିଧାତା

     ଭକୁଆ ସାଜନ୍ତି ଆମରି ଜନତା

    ତଥାପି ଜନତା ସାଜନ୍ତି ଏଠି କୁତା

     ପୋଡା ରୁଟି ଦୁଇଖଣ୍ଡ ପାଇଗଲେ

     ଖୁସିରେ ନାଚନ୍ତି ଆମ ଏ ନିରୀହ ଜନତା

     ଗରିବ ଖଟିଖିଆ ର ଖାଦ୍ୟ ଅର୍ଥ ଚିନ୍ତା

     ସେ କାହୁଁ ବୁଝିବ ଦେଶ ରାଜନୀତି

      ନୀତି ନୈତିକତା ଆଦର୍ଶ ର କଥା

    ସେ ପାଇଁ ଲୋଡା ଆମ ଏ ସମାଜେ

    ଉତ୍ସର୍ଗୀକୃତ ସମାଜ ସେବୀ 

    ତ୍ୟାଗପୂତ ମନୋଭାବ ଥିବା ତ୍ୟାଗୀ ନେତା 

    ଯେ ସମାଜେ ଆଣିବ ସଚେତନତା

    ଚାଷୀ ମୂଲିଆ ଖଟିଖିଆ ଙ୍କ ମଧ୍ୟେ

     ଆଣିପାରିବ ସେ ଏକତା

    ସଭିଙ୍କ ମନେ ଭରିବ ସମତା ର ମମତା

    ବୁଝି ବୁଝାଇବ ହେ ଦଳିତ ହେ ନିଷ୍ପେସିତ

     ଭୋଗ ନୁହେଁ ତ୍ୟାଗରେ ବିଶ୍ଵାସ ରଖିଥା

    ଏ ଗାନ୍ଧୀ ର ଏ ଗୋପବନ୍ଧୁ ର ଦେଶ

     ଏ ଭଗତ୍ ସିଂ ସୁବାଷ ର ଦେଶ

     ଭୋଗ ନୁହେଁ ତ୍ୟାଗରେ ଆସେ ଏକତା

      ସାବଧାନ ରୁହ ସାବଧାନ ରୁହ

     ଏବେ ପଥ ଭ୍ରଷ୍ଟ ଆମେ ଜନତା ।


  



Rate this content
Log in

Similar oriya poem from Abstract