ପଶ୍ଚାତ୍ତାପ
ପଶ୍ଚାତ୍ତାପ
ମା !
ତୋର ଚରଣ କମଳେ କୋଟି ପ୍ରଣାମ
କ୍ଷମାମୟୀ କ୍ଷମାଶୀଳା
କପଟତା ଭରା ସଂସାରୁ କ'ଣ ପାଇଲୁ ?
ତୋର ଅମୃତ ଦାନରେ ଏ ଜୀବନ
ତୋର ରକ୍ତ ମାଂସ ଦାନରୁ ସୃଷ୍ଟି ଏ ପ୍ରାଣ ।
ମୁଁ ଗୋଟେ ସ୍ଵାର୍ଥପର
ତୋ ସ୍ନେହ ମମତାକୁ ମୋର ଜ୍ଞାନ କାହିଁ ?
ଆଜି ବୁଝି ପାରିଲି
କାରଣ ମୁଁ ମା' ହୋଇଛି ।
ସନ୍ତାନର ପଦିଏ କଟୁ କଥା କେତେ ଯେ ଅସହ୍ୟ ,
କିନ୍ତୁ ପାଟି ଖୋଲି ପାରେନି
ନିରବ ଝଡ ପ୍ରତି ମୁହୂର୍ତ୍ତରେ ବହୁ ଥାଏ ।
ଏ ତ ସେହି ବୀଜ
ଯାହା ଆଜି ଅଙ୍କୁରିତ
ଆଗକୁ ଯେ ଅଶାନ୍ତ ଦରିଆ ପାରି କରିବାକୁ
ନହେବ କିଏ କହିବ ?
ମୁଁ ତୋର ଅବୋଧ ସନ୍ତାନ
ମୋ ଭଳି ସନ୍ତାନ, ନିଜର ସୁଖ ଶାନ୍ତି ବିସର୍ଜନ
ଦେଇ ପାଳନ କରି ମସ୍ତବଡ଼ ଭୂଲ କରିଛୁ ।
କିନ୍ତୁ ମୋତେ ସୃଷ୍ଟି କରି ସମାଜକୁ
ଏକ ଉଦାହରଣ ଦେଇଛୁ ।
