STORYMIRROR

Debadatta Jena

Romance Tragedy

4  

Debadatta Jena

Romance Tragedy

ପ୍ରୟାସ

ପ୍ରୟାସ

2 mins
189

ହଁ,କେବେ ତ ଥରେ ପଢି ନିଅ..

ହୃଦୟର ଏ କବିତା ସବୁକୁ..

ଯାହା ଆଜିଯାଏ ମୁଁ ଲେଖି ଚାଲିଛି,

ଆଉ କ'ଣ ଅବା ମୁଁ ଲେଖି ପାରିଥାନ୍ତି..

କଣ କିଛି ମୋର ଦୁଃଖ କଥା..?

ସେ କଥା ତ ମୁଁ ଲେଖିବାକୁ ହିଁ ଚାହୁଁନି,

କାରଣ,ତୁମେ ତାହା ପଢି ପାରିବନି..!

ଆଉ କିଛି ସୁଖ କଥା..?

ତୁମ ବିନା ଏ ସବୁ ମତେ ତ ମିଳିବନି

କି ତୁମେ ବୋଧେ ବୁଝି ପାରିବନି..!

ଆଉ ଶୁଣ..

ଏ ସବୁ କିଛି ବିଶ୍ୱାସ ହେଉନି ନାଁ..?

ହଁ,ଯଦି ବିଶ୍ୱାସ ହେଉନି,

ତେବେ ମୋର କିଛି କହିବାର ନାହିଁ,

ଯଦି ବିଶ୍ୱାସ ନ ହେଉଛି,

ତେବେ କିଛି କହିବାକୁ ହିଁ ପଡ଼ିବନି..!

ଆଉ ମୋ ମତରେ..

ଏ ଭାଗ୍ୟ, ଭବିଷ୍ୟତ, କପାଳ ଲିଖନ,

କର୍ମ ଫଳ,ଏ ପାପୁଲିର ରେଖା,

ଏ ସବୁ ତ ପ୍ରାୟ ବୁଢ଼ୀ ଅସୁରୁଣୀ ଗପ,

କିଏ କଣ କହିବ, କିଛି ଭାବିବ,

ଇତ୍ୟାଦି,ଇତ୍ୟାଦି..

କାହା କହିବାରେ ଯଦି ଏ ଭବିଷ୍ୟତ

ଗଢ଼ି ହେଇ ପାରୁଥାନ୍ତା,ତେବେ..

ସବୁ ମଣିଷ ଭବିଷ୍ୟତରେ ହିଁ ଥା'ନ୍ତେ,

ବର୍ତ୍ତମାନରେ କେବେ ଵି ନୁହେଁ..!

ଆଉ ଶୁଣ..

ବଂଚିବାର ମାନେ କ'ଣ ଏଇ

ଉତ୍ତର ଖୋଜିବା,ନାଁ ଉତ୍ତର ପାଇବା,

ତୁମର ସେ ପ୍ରଶ୍ନର ଉତ୍ତର ଆଜିଯାଏ

ମୁଁ ନୀରବତାରେ ହିଁ ଖୋଜୁଛି,

ଆଉ ସେ ପ୍ରଶ୍ନବାଣର ସାମ୍ନା କରିବାର

ଯନ୍ତ୍ରଣା ସତ୍ୱେ ଵି,ପ୍ରତି ଉତ୍ତରରେ,

ନିଃରୁତ୍ତର ରହିବା ଶ୍ରେୟସ୍କର ମଣୁଛି,

କାରଣ,ପ୍ରତି କଥାରେ ଯେ ସବୁ

ସମାଧାନ ସୂତ୍ର ପାଇବା ସମ୍ଭବ ହୁଏ..

ଏ କଥା ଵି ଅପ୍ରତେୟ ଲାଗୁଛି..!

ଆଉ ଏବେ..

ପ୍ରତିଥର ପରି ତୁମ ପ୍ରତିଛବିକୁ ଦେଖି,

କିଛି କହିବାକୁ ମୁଁ ଚାହୁଁଚି, ପୁଣି..

ଭାବନା ଓ ଦୁର୍ଭାବନାର ସମ୍ମିଶ୍ରଣରେ,

କିଛି ସମ୍ଭାବନାର ଚିତ୍ର ମୁଁ ଆଂକୁଛି,

ଯେତେ ଦୂର ଚାହୁଁଚି,କେବଳ ନିଜର

ଅସ୍ତିତ୍ୱର ମାନଚିତ୍ରକୁ ହିଁ ଦେଖୁଛି,

ତୁମେ ମୋର ବର୍ତ୍ତମାନର ରୂପକଳ୍ପ

ଏବଂ ଅବୁଝା ପରିକଳ୍ପନାର ଦରୋଟି

ଭାବନା,ଏହି କଥା ଖାଲି ଭାବୁଛି..!

ବିଶ୍ୱାସ କର ବା ନ କର,ଏଇ ପ୍ରଯତ୍ନ,

ଏଇ ପ୍ରୟାସ, ବଂଚିବାର ରାହା,ଆଶା

ନିରାଶା,ମୋ ପାଇଁ ତ ନିରାଟ ବାସ୍ତବ,

ଏସବୁ ମତେ ଅବଶ୍ୟମ୍ଭାବୀ ଲାଗୁଛି..

ତୁମର ବ୍ୟଥିତ ପ୍ରଶ୍ନର ପ୍ରହେଳିକାରେ

ମୁଁ,ବାରମ୍ବାର ମୋର ଅକୁହା ମନର

ନିବୁଜ କବିତା ବାରମ୍ବାର ହିଁ ଲେଖୁଛି..!


Rate this content
Log in

Similar oriya poem from Romance