ମୋ ପ୍ରିୟତମ
ମୋ ପ୍ରିୟତମ
ନୟନରୁ ନୀର ବହେ ନିରନ୍ତର
ଚାତକରେ ରହି ଆଜି
କେଉଁ ଦୂର ଦେଶେ ପ୍ରିୟତମା ମୋର
ତକିଆ ଗଲାଣି ଭିଜି |
ସପନରେ ଆସି କହୁଛି ପ୍ରିୟା
ଶୁଣ ମୋର ଏହି କଥା
ତୁମର ହେଲେ ହେବି ଆଉ କାହାର ନୁହଁ
ମରିଗଲେ ପଛେ ମରି ଯିବି ମୁଁ
ବଞ୍ଚିବିନି ଅଯଥା |
ମୃତ୍ୟୁ ନୁହେଁ ପ୍ରିୟା ଏହି ଛାତିରେ
ତୋଳିବି ତୁମରି ଘର
ମୋହରି ହୋଇବ ସାଇତି ରଖିବି
କରିବିନି କେବେ ପର |
ମିଛରେ ମିଛରେ କହନି ଏମିତି
ଆଗରୁ ତମେ ସ୍ଵାର୍ଥପର
ଯଦି ରଖିବ ସାଇତି କରି
ମୁଣ୍ଡ ଛୁଇଁ ପ୍ରତିଜ୍ଞା କର |
ପ୍ରତିଜ୍ଞା କରୁଛି ସଜନୀ ମୋହର
ଛୁଇଁବିନି ମୁଣ୍ଡ କେବେ
ସାଇତି ରଖିବି ହୃଦୟେ ତମକୁ
ଛାଡିବିନି ପାଖ ତେବେ |
ବିଶ୍ୱାସ ହେଉନି କରିବି କେମିତି
ତମ ହୃଦୟରେ ଯେ ମୁଁ ଅଛି
ପ୍ରତିଜ୍ଞା କରୁଛ ମୁଣ୍ଡ ନ ଛୁଇଁ
ହୃଦୟକୁ ଆଘାତ ଦେଉଛି |
କିଏ ଜାଣେ କେବେ ହୋଇଯାଏ ପ୍ରେମ
କାହାକୁ ଥାଏ ଯେ ଜଣା
ମୁଣ୍ଡ ଛୁଇଁ ଦେଲେ ପ୍ରେମ କମିଯିବ
ହୋଇଯିବି ବାଟ ବଣା |
ମାରୁଛି ଉଙ୍କି ମନରେ ଆଜି
ତମ ପାଇଁ ଏଇ ପ୍ରଶ୍ନ
ହୃଦୟରୁ ଯଦି ଭଲ ପାଅ ମତେ
କୁଆଡେ ଥିଲ ଏତେ ଦିନ |
ଅଜଣା ରାଇଜେ ରହିଥିଲି ମୁହିଁ
ନ ଥିଲା ତମ ଠିକଣା
ଆସିଗଲ ତୁମେ ଜୀବନେ ମୋହର
ହେବି ନାହିଁ ବାଟ ବଣା |
ଖୋଜିଲି ଖୋଜିଲି ପାଇଲିନି ଜମା
କେତେ ମତେ ହଇରାଣ କଲ,
କଉଠି କେଜାଣି ଲୁଛି ଯାଇଥିଲ
ବହୁତ ବିଭ୍ରାନ୍ତ କରିଲ |
ଦେଖିଦେଖ ଥରେ ହୃଦୟ କନ୍ଦରେ
ପାଇବ ଠିକଣା ମୋର
ବିଭ୍ରାନ୍ତ ହୁଅନି ଆଲୋ ସୁଲୋଚନା
ରହିଛ ହୃଦୟେ ମୋର |

