STORYMIRROR

Kananbala Das

Romance

4  

Kananbala Das

Romance

ସେ ତ ଯାଇଛି ଚାଲି

ସେ ତ ଯାଇଛି ଚାଲି

1 min
299

ଜୀବନ ଖୋଜୁଛି 

ବସନ୍ତ ଠିକଣା

ନିଦାଘ ର ଉତ୍ତପ୍ତ

ତାତିରେ ସିଝି ସିଝି...l


ଅନେକ ଯନ୍ତ୍ରଣା କୁ ଧରି

ହଜିଯାଏ ସ୍ମୃତି ଝର

ଅତୀତ ପୃଷ୍ଠା ରେ

ଭିଜି ଭିଜି.....l


ସ୍ମୃତି ସହରରୁ ସାଉଁଟି ଆଣିଛି

ମୁଠାଏ ସପନ ଆଞ୍ଜୁଳିରେ ଭରି

ସେ ତ ଯାଇଛି ଚାଲି

ଅଣଦେଖା କରି,

ହୃଦୟ କୁଞ୍ଜବନ

ଏବେ ଦଗ୍ଧ ଫୁଲବନ,

ନାହିଁ ସେଠି ମଳୟ ପବନ......l


ବସନ୍ତ ସେ ଅଥୟ, ଅସ୍ଥିର

ନିତ୍ୟ ନୂତନ ଅଭିସାରେ

ସମ୍ପର୍କର ଦିଗନ୍ତ କୁ ଛୁଇଁ

କେଉଁ ବନ, ଉପବନେ

ମଳୟ ସାଥିରେ

ମତୁଆଲାହୋଇ......l


ବସନ୍ତ ହଜିଲା

ଅତୀତ ପୃଷ୍ଠାରେ,

ମଳୟ ତ କାହିଁ କେତେଦୂର,

ଜୀବନ ର ଫୁଲବନ

ହୋଇ ବାସହୀନ

ମନ ପକ୍ଷୀ ଝୁରିମରେ.....l


କେତେ ଅଫେରା ସମୟ

ଅଭୁଲା ସ୍ମୃତି ଚାଲିଯାଏ

ବସନ୍ତ ସାଥିରେ

ବୟସ ର ପାହାଚକୁ ଡେଇଁ....l


ଖୋଜୁଛି ଜୀବନ ଏବେ

କାହିଁ ଗଲା ବସନ୍ତ,

ରଂଗ ପସରାକୁ ନେଇ

ମନ କାନଭାସ୍ ରେ

ଆଙ୍କିଥିବା ରଙ୍ଗୋଲି ର

ରଙ୍ଗ ସବୁ ଫିକା ଫିକା ଲାଗେ....l


ଆସିବ ସେ ଯେବେ,

ନଥିବ ଅଭିମାନ

କିବା ଆକର୍ଷଣ....

ଥିବ ଖାଲି ଉଦାସୀ ଆଖିରେ

କୋହଭରା କେଇ ଟୋପା

ଲୁହର ଶ୍ରାବଣ.....ll          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance