Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satya prakash Kar

Romance Others

4  

Satya prakash Kar

Romance Others

ପ୍ରେମ

ପ୍ରେମ

1 min
363



ପ୍ରେମ କରିଥିଲେ ରାଧା କୃଷ୍ଣ ଦୁହେଁ

ପ୍ରେମ କରିଥିଲା ମୀରା

ପ୍ରେମ ବୁଝି ଥିଲେ ଲଇଲା ମଜନୁ

କେଦାର ଗଉରୀ ପରା ।


ପ୍ରେମ ନୁହେଁ ଖାଲି କାମନା ବାସନା

ପ୍ରେମ ଅଟେ ଚିରନ୍ତନ 

ପ୍ରେମ ସତ୍ୟ ଶିବ ସୁନ୍ଦର ଅଟଇ

ପ୍ରେମ ଭାରି ବଳିୟାନ ।


ପ୍ରକୃତି ପ୍ରେମ ରେ କବି ର କବିତା

ହୁଅଇ ତ ସୁମଧୁର 

ସଙ୍ଗୀତ ପ୍ରେମ ରେ ସଙ୍ଗୀତଜ୍ଞ ବାଇ

ଗାଇଯାଏ କେତେ ସୁର ।


ସନ୍ତାନ ପ୍ରେମରେ ମାତାପିତା ଦୁହେଁ

ଲଭନ୍ତି ସରଗ ସୁଖ

ପ୍ରେମେ ଆଉ କିଏ ଛଟପଟ ହୁଏ

ଡାକି ଆଣେ କେତେ ଦୁଃଖ ।


ପବିତ୍ର ପ୍ରେମରେ କଳଙ୍କ ନଥାଏ

ଭାଇ ଭଉଣୀ ର ପ୍ରେମ  

ବନ୍ଧୁ ପ୍ରେମ ପରା କୃଷ୍ଣ ସୁଦାମାର

ନୁହଁଇ କେବେ ମଳୀନ ।


ପ୍ରେମିକ ପ୍ରେମିକା ମନ ର ମିଳନ

କଳୁଷିତ ନୁହଁ ଜାଣ 

ପ୍ରକୃତି ପୁରୁଷ ହୋଇ ପ୍ରେମାଶକ୍ତ

ସଂସାର କଲେ ଭିଆଣ ।



Rate this content
Log in

More oriya poem from Satya prakash Kar