STORYMIRROR

Basanti Pattnaik

Romance Classics Inspirational

4  

Basanti Pattnaik

Romance Classics Inspirational

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
278

     ଆଷାଢ଼ ମାସର ଆଗମନେ

         ଉଲ୍ଲସିତ ହୁଏ ଧରା

     ଇନ୍ଦ୍ରଧନୁର ସପ୍ତ ରଙ୍ଗରେ

          ରଙ୍ଗାୟିତ ହୁଏ ପରା ।


      ଆଷାଢ଼ ଶ୍ରାବଣ ସଙ୍ଗମ ହୋଇ

           ଧରାକୁ ଓହ୍ଲାଇ ଥାଆନ୍ତି

      ଧରଣୀ ମାତା ସଜେଇ ହୋଇ 

           ବର୍ଣ୍ଣାଳୀ ବାଢି ଥାଆନ୍ତି।


        କୃଷକ ଭାଇ ହରଷ ମନେ

             କର୍ମ କରୁଥାଇ ପରା

        ଧରଣୀ ମାତା ଶସ୍ୟ ଶ୍ୟାମଳେ

               ଫାଟି ପଡୁଥାଏ ଭଲା।


        ଇନ୍ଦ୍ରଧନୁର ଛଟା ର ଝଲକେ

                ଅପୂର୍ବ ଲାବନ୍ୟା ଝରେ

        ଧରଣୀ ମାତା ସ୍ବର୍ଣ୍ଣାଭ କାନ୍ତିରେ

                ସଜେଇ ହୋଇ କି ନାଚେ।


         ବର୍ଷା ଋତୁରେ ପ୍ରେମ ର ପରଶ

               ଅନାବିଳ ହୋଇ ଝରେ

         ପ୍ରେମୀ ଯୁଗଳ ଙ୍କ ତନୁମନରେ

                ଶିହରଣ ଶିଖା ଜଳେ।


         ଇନ୍ଦ୍ରଧନୁର ନବ କିରଣରେ

               ଆଲୋକିତ ହୁଏ ମନ

          ଆଷାଢ଼ ମାସର ଆଦ୍ର ଋପରେ

                ରୋମାଞ୍ଚିତ ହୁଏ ତନ।


         ସୃଷ୍ଟି କରି ଶ୍ରଷ୍ଠା ସଂସାର ଭିତରେ

               ରଚୁଛି ବିଭିନ୍ନ ଲିଳା

          ଋତୁ ଚକ୍ର ର ମହତ୍ତ୍ଵ ଭିତରେ

                ଚେତାଇ ଦେଉଛି ପରା।


          ଇନ୍ଦ୍ରଧନୁର ସପ୍ତ ରଙ୍ଗ ଭିତରେ 

               ବିବିଧତା ତ ଦେଉଛି

           ପାପ ପୂଣ୍ୟ ର କର୍ମ ଭିତରେ

                ଅନ୍ତର ଭାବ ବିଞ୍ଚୁଛି।


         ‌‌ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance