STORYMIRROR

Chittaranjan Nanda

Romance Inspirational

4  

Chittaranjan Nanda

Romance Inspirational

ସମ୍ପର୍କ ପ୍ରେମ ଓ ଭକ୍ତିରେ ବନ୍ଧା

ସମ୍ପର୍କ ପ୍ରେମ ଓ ଭକ୍ତିରେ ବନ୍ଧା

1 min
295


ପ୍ରକୃତି ଭିତରେ ଦେଖ, ଯେତେ ଅଛନ୍ତି 

ବିଭିନ୍ନ ରଙ୍ଗ ବେରଙ୍ଗର ବିହଙ୍ଗ 

ନଥାଏ ମନରେ ଘୃଣା, ରାଗ, ବିରାଗ, 

କ୍ରୀଡ଼ା କରନ୍ତି ହୋଇ ସଙ୍ଗ ସଙ୍ଗ ।୧।


ବିଦିଶାରେ ଅବା ନୀଳ ଦରିଆରେ ମଣିଷ 

ମଣିଷେ ସମ୍ପର୍କ, ଆଶାର ବତୀଘର

ବିଶ୍ୱାସଘାତକତା ଏବଂ ନ୍ୟୂନ ଚିନ୍ତାଧାରା, 

ଘୃଣା ସୃଷ୍ଟି କରେ ସମାଜ ଭିତର ।୨।


ଦେହ ସିନା ଦୂରେ, ମନ ତ ଏକାଠି, ଜଣେ 

ଅନ୍ୟକୁ ଭୁଲି ପାରେନା ଜମା

ଵିରହୀ ବୁଝଇ ବିରହର ଜ୍ୱାଳା, ଯେ ମନର 

ମଧ୍ୟେ ପ୍ରିୟତମ ଓ ପ୍ରିୟତମା  ।୩।


ଶୁଣିଛେ ବହୁ ଅମର ପ୍ରେମର କାହାଣୀ 

ଅମର ଚିରନ୍ତନୀ ଗୀତି ଗାଏ  

ସାତ ଦରିଆର ସେପାଖେ ଥିଲେବି ମନ 

ଜଣଙ୍କର ଅନ୍ୟପାଇଁ ଝୁରିଥାଏ ।୪।


ସବୁ ପ୍ରକାରର ସମ୍ପର୍କ, ପ୍ରେମ, ପ୍ରୀତି ଓ 

ଭକ୍ତି ଭାଵନାରେ ହୁଏ ବନ୍ଧା

ସେଥିରେ ଅଭାବ ରହିଲେ ତାହାର ମଣିଷ 

ମଣିଷ ସମ୍ପର୍କରେ ଆସେ ତ ବାଧା ।୫।


ନିଜ ହୃଦୟ ମନ ଓ ଆତ୍ମାକୁ ସମ୍ପୂର୍ଣ୍ଣ ଭାବେ 

ସମର୍ପଣ କରିବା ଯଦି ପ୍ରେମରେ

ବନ ପୋଡିଲେ ସଭିଏଁ ଜାଣନ୍ତି, ମନ ପୋଡିଲେ 

ବିଶ୍ୱାସଘାତକତାରେ, କେହି ଜାଣିବେନିରେ ।୬।


ମନରେ ଯଦି ଥିବ ସରଳତା ସେବାଭାବ 

ନଥିବ, ହିଂସା, ଅସୂଆ କ୍ରୋଧ ଆଭା,

ତପସ୍ୟାରେ ସୁଫଳ ମିଳିବ, ନଚେତ ଅତଳ 

ଗର୍ଭେ ଲୀନ ହେବ ସମ୍ପର୍କର ଶୋଭା ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance