ଶୀତୁଆ ସନ୍ଧ୍ୟା
ଶୀତୁଆ ସନ୍ଧ୍ୟା
ଶୀତୁଆ ସନ୍ଧ୍ୟାର ଶୀତଳ ବାଆ
ହୃଦୟ ଜଳାଏ ପ୍ରେମ ର ନିଆଁ ,
ବ୍ୟଥିତ ମନରେ ଭାବର ସ୍ରୋତ
ଉଷ୍ମତା ଭରଇ ଅଙ୍ଗେ ବହୁତ ।।
କବରୀ ଗଭାରେ ମଲ୍ଲିର ବାସ
ମଳୟ ର ସଙ୍ଗେ ରଚି ରାସ ,
ଆଖିର ଇଙ୍ଗିତ ପ୍ରୀତିର ଠାର
ଶରୀରେ ଲାଗିଲା ପ୍ରେମ ଅଭିର ।।
ଶୀତୁଆ ସନ୍ଧ୍ୟାରେ ପ୍ରକୃତି ରାଣୀ
ମନ୍ଦ ମନ୍ଦ ହସେ ଦେଇ ଓଢ଼ଣୀ,
ନଭ ର ନମ୍ରତା ହୃଦୟସ୍ପର୍ଶୀ
ପ୍ରୀତି ଫୁଲ ସିଞ୍ଚେ ଗଗନେ ଶଶି ।।

