STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ପ୍ରତିକ୍ଷା

ପ୍ରତିକ୍ଷା

1 min
653

ଦୁଃଖର ସହରରେ 

ତୁମେ ଦେଲ ମୋତେ 

ସୁଖର ସନ୍ଧାନ, 

ହାତ ଧରି ସେହି ପଥେ 

ଚାଲୁ ଚାଲୁ ଛାଡ଼ି ଦେଲ 

କରି ଅଭିମାନ।


ଅନ୍ଧାର ପଥରେ 

ଚାଲୁଛି ମୁଁ ଏକା ଏକା 

ତୁମ ସ୍ମୃତି ଫିକା ଫିକା 

କରେ ମୋତେ ହୀନିମାନ, 

ତଥାପି ଚାଲୁଥିବି 

ପାଇବାକୁ ତୁମ ଦେଖା 

କେବେ ଆସୁଛି ଆସୁ 

ସେହି ଶୁଭ ଦିନ।


ଭୁଲିବି ନାହିଁ ତୁମକୁ 

କିବା ତୁମ ପଥଧାରକୁ 

କରିଛି ମୁଁ କରୁଥିବି 

ଶେଷ ପର୍ଯ୍ୟନ୍ତ 

ତୁମରି ପ୍ରତିକ୍ଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy