ପ୍ରତିକ୍ଷା
ପ୍ରତିକ୍ଷା
ଦୁଃଖର ସହରରେ
ତୁମେ ଦେଲ ମୋତେ
ସୁଖର ସନ୍ଧାନ,
ହାତ ଧରି ସେହି ପଥେ
ଚାଲୁ ଚାଲୁ ଛାଡ଼ି ଦେଲ
କରି ଅଭିମାନ।
ଅନ୍ଧାର ପଥରେ
ଚାଲୁଛି ମୁଁ ଏକା ଏକା
ତୁମ ସ୍ମୃତି ଫିକା ଫିକା
କରେ ମୋତେ ହୀନିମାନ,
ତଥାପି ଚାଲୁଥିବି
ପାଇବାକୁ ତୁମ ଦେଖା
କେବେ ଆସୁଛି ଆସୁ
ସେହି ଶୁଭ ଦିନ।
ଭୁଲିବି ନାହିଁ ତୁମକୁ
କିବା ତୁମ ପଥଧାରକୁ
କରିଛି ମୁଁ କରୁଥିବି
ଶେଷ ପର୍ଯ୍ୟନ୍ତ
ତୁମରି ପ୍ରତିକ୍ଷା।
