STORYMIRROR

Sukadev Mahanta

Romance

3  

Sukadev Mahanta

Romance

ପ୍ରତିଜ୍ଞା ତୁମର

ପ୍ରତିଜ୍ଞା ତୁମର

1 min
239

ଲକ୍ଷେ ଗୋଲାପର   ପ୍ରତିଜ୍ଞା ତୁମର

       କୁଆଡେ ଉଭେ ଗଲା

ସ୍ବାର୍ଥପରତାର     ପରଦା ଉହାଡୁ

     କୃତଘ୍ନତା ଦେଖାଗଲା |

ଲକ୍ଷେ ପ୍ରତିଶୃତି     ହଜାରେ ପ୍ରତିଜ୍ଞା

     କରୁଥିଲା ତୁମେ ଦିନେ

ସେ ପ୍ରତିଜ୍ଞା ଆସି     ପଚାରୁଛି ମୋତେ

      ପଡୁନାହିଁ କି ରେ ମନେ?

କୋମଳ ଗୋଲାପ        ଡାଳରେ ତାହା କି

          ଅତି ସରୁସରୁ କଣ୍ଟା

ଯେଉଁ  କଣ୍ଟା ଆଜି       ଦେହେ ଫୋଡିହୋଇ

      କ୍ଷତେ ଭରିଦିଏ   ଅଣ୍ଟା |

ସେହି ପ୍ରତିଜ୍ଞାକୁ      ମନେ ପକାଇଣ

      ଆସ ଗୋଲାପଟେ ଧରି

ମୋ ମନ ମନ୍ଦିରେ    ପରୀଟିଏ ହୋଇ   

      ଚାଲିଆସ ଥିରିଥିରି  |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance