ପ୍ରତିଜ୍ଞା ତୁମର
ପ୍ରତିଜ୍ଞା ତୁମର
ଲକ୍ଷେ ଗୋଲାପର ପ୍ରତିଜ୍ଞା ତୁମର
କୁଆଡେ ଉଭେ ଗଲା
ସ୍ବାର୍ଥପରତାର ପରଦା ଉହାଡୁ
କୃତଘ୍ନତା ଦେଖାଗଲା |
ଲକ୍ଷେ ପ୍ରତିଶୃତି ହଜାରେ ପ୍ରତିଜ୍ଞା
କରୁଥିଲା ତୁମେ ଦିନେ
ସେ ପ୍ରତିଜ୍ଞା ଆସି ପଚାରୁଛି ମୋତେ
ପଡୁନାହିଁ କି ରେ ମନେ?
କୋମଳ ଗୋଲାପ ଡାଳରେ ତାହା କି
ଅତି ସରୁସରୁ କଣ୍ଟା
ଯେଉଁ କଣ୍ଟା ଆଜି ଦେହେ ଫୋଡିହୋଇ
କ୍ଷତେ ଭରିଦିଏ ଅଣ୍ଟା |
ସେହି ପ୍ରତିଜ୍ଞାକୁ ମନେ ପକାଇଣ
ଆସ ଗୋଲାପଟେ ଧରି
ମୋ ମନ ମନ୍ଦିରେ ପରୀଟିଏ ହୋଇ
ଚାଲିଆସ ଥିରିଥିରି |

