ପ୍ରତୀକ୍ଷିତ
ପ୍ରତୀକ୍ଷିତ


କଥା ଥିଲା ଭେଟିବାକୁ
କାହିଁ କେତେ ଦିନୁ
ଅପେକ୍ଷାର କିଛି ପୃଷ୍ଠା
ଖୋଲି ଯିବା ପରେ
କୌଣସି ଏକ ଶବ୍ଦ ସହ
ଫେରି ଆସେ ପଛକୁ ସେ
ଆବେଗର ଖରସ୍ରୋତଟିଏ ହୋଇ।
ଆଲିଙ୍ଗନ କରି ତାର ଦ୍ୱନ୍ଦକ୍ଲିଷ୍ଟ
ଆଧାରର ପ୍ରତିଟି ଛିଦ୍ରକୁ
ଖୋଜିବସେ କସ୍ତୁରୀକୁ
ବିଚଳିତ ମୃଗପରି
ସମ୍ମୋହନେ
ଓଲଟାଇ ଶେଷ ପୃଷ୍ଠାଟିକୁ
ଆଶ୍ଚର୍ଯ୍ୟରେ ରହି ଯାଏ
ଭୁଲି ଯାଇ ତାର ମୃତ୍ୟୁ-କଳ୍ପ ସ୍ଥିତି।