Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

3  

Rajalaxmi Tripathy

Others

ଈଶ୍ବର

ଈଶ୍ବର

1 min
322


କିଏ କହେ ତୁମ ନାମ କେତେ ପ୍ରକାରରେ

ଦେଖିନାହିଁ,ଭେଟିନାହିଁ ତୁମକୁ ମୁଁ ଥରେ

ପୂଜାଳୟେ ଯାଇଛି ମୁଁ ନିରାଶାରେ ଫେରି

ସତେ କଣ ସେଠି ତୁମେ ଥାଅ ଘର କରି ।


ଜ୍ଞାନୀ, ଗୁଣୀ, କବି ଜନ ଦେଖନ୍ତି ତୁମକୁ

ଶାନ୍ତ ମଧୁର ମୁରତି ସୃଷ୍ଟି ସଂଭାର କୁ

ତୁମେ ତ ମଙ୍ଗଳମୟ ଜଗତ ଜୀବନେ

ତୁମେ ହିଁ ତ "ଆଶ୍ବାସନା"ସଭିଙ୍କର ମନେ ।


ତୁମ ପ୍ରେମ ରାଜ୍ୟେ ନାହିଁ କିଛି ଅସୁନ୍ଦର

ଛଦ୍ମରୂପୀ ଝଲକ ତୁମେ ପ୍ରତିଟି ସୃଷ୍ଟି ର

ତେବେ କାହିଁ ଚାରିଆଡ଼େ ଯନ୍ତ୍ରଣା ର ସ୍ବର

ରୁଦ୍ଧ କୋଠରୀ ରେ ତୁମେ ପ୍ରାଣ ମନ୍ଦିର ର ।


କେଉଁ ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଲୋଡ଼ା ତୁମପାଇଁ

ପ୍ରାର୍ଥନା ବା ଅନୁନୟ ବିଶ୍ବ ହିତ ପାଇଁ ।।


Rate this content
Log in