STORYMIRROR

Rajalaxmi Tripathy

Inspirational

4  

Rajalaxmi Tripathy

Inspirational

ବିକଳ୍ପ

ବିକଳ୍ପ

1 min
28

ହୋଇପାରେ ଜୀବନରକ୍ଷାକାରୀ

ବୁନ୍ଦାଏ ପାଣି ସେ

ପବନର ସୁ'ସୁ' ଗର୍ଜନରେ

ବରଗଛ ତଳେରହି

କଡ଼ ଲେଉଟାଉଥିବା

ସ୍ଥିତପ୍ରଜ୍ଞ ଯୋଗୀଟିର

ନିର୍ଭର ପ୍ରତିଶ୍ରୁତି ।


ବିକଳ୍ପ ହିଁ ଆଉଁସି ଦିଏ

ଯୁପକାଠେ ବନ୍ଧାଥିବା

ଭୀତତ୍ରସ୍ତ ଜୀବଟିକୁ

ବନ୍ଧନ ଖୋଲି ଦେଇ

ହୁଏ ତାର ମୁକ୍ତି ଦାତା ।


ବିକଳ୍ପ ହିଁ ସାନ୍ତ୍ବନାର 

ସେଇ ଆକାଶ ପଥ

ଯହିଁ ସମାଗତ ସପ୍ତଋଷି

ବିନା କାମନା,ଭୋଗରେ

ଶୁଆଇ ଦିଅନ୍ତି ଠେକୁଆ କୁ

ନିରାପଦେ ଜହ୍ନ କୋଳେ।


ବିକଳ୍ପ ହିଁ ବାହାନା

କେତେବେଳେ କେଉଁ ଅପରିଣାମଦର୍ଶୀର

ଯାତନା ତଳେ ଲୁଚିଥିବା 

କରାଳ କୀଟ ଟି

ବାରବାର ବଧ କରି

ଜୀଆଇଁରଖେ ଜୀବନ କୁ।


ବିକଳ୍ପ କଣ କି,

ନିଜେ ନିଜେ ସୃଷ୍ଟି ହୁଏ

ସମୁଦ୍ର, ପୃଥିବୀ, ଅଗ୍ନି, ବାୟୁ ପରି

ମିଶିଯାଏ ଦିନ, ବର୍ଷ, ମାସ ସହ

ବିନା ବିକାରରେ

ସବୁଠାରେରହେ ଉପସ୍ଥିତ ।


ବିକଳ୍ପୀ ଟି ଜାଣେ

ତାକୁ ଖୋଜିବାର ଆନନ୍ଦ ଓ

ଆପଣେଇବାର କଷ୍ଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational