ମୃତ୍ୟୁ ।
ମୃତ୍ୟୁ ।
ଜନ୍ମକାଳୁ ଜୀବନର ସାଥି ସହଚର ହୋଇ
ଚାହିଁଅଛ ମୃତ୍ୟୁ ତୁମେ ଜୀବିତ ରହିବାକୁ
ଚିରକାଳ ଏ ଧରଣୀ ବକ୍ଷରେ ।
ତୁମେ ଠିକ୍ ଜାଣ,ଯନ୍ତ୍ରଣା ରେ ଛଟପଟ ହେଲେ
ଜୀବନର ଭୟ ଥାଏ ମୃତ୍ୟୁକୁ
ମୃତ୍ୟୁ ହିଁ ଏ ଯାବତ ଜୀବର ନିୟତି,
ଏକ ବାସ୍ତବତା ।
ଗ୍ରାସ କରେ ,ଛିନ୍ନ ଭିନ୍ନ କରେ
"ମୁଁ"ଏବଂ "ମୋର"ସବୁକୁ ।
ହରଣ କରେ ଛଦ୍ମବେଶ ରେ ରହି
ଜୀବନରୂପି ପ୍ରେମ ପାତ୍ର
କାଳସହ ସମାନ ଗତିରେ,
ସତେ କେତେ ନ୍ୟୁନ
ଏ ଜୀବନ ମୃତ୍ୟୁ ର ପାଖରେ !!
ମୃତ୍ୟୁ ତୁମେ ଏକ ଛଦ୍ମରୂପୀ ଇଶ୍ବର
ପ୍ରତିଟି ମୃତ୍ୟୁ ଏକ ପଦକ୍ଷେପ
ନୂତନ ଜୀବନଟି ପାଇଁ ।
ମୃତ୍ୟୁ ତୁମେ ଏକ ଅନନ୍ୟ ପନ୍ଥା ପ୍ରକୃତିର
ପ୍ରସାରିତ ଓ ଉର୍ଦ୍ଧ୍ବାୟିତ କରିବାକୁ ଜୀବନ ।
ଶରୀର ରୂପୀ ପୁରୁଣା ବସ୍ତ୍ର ଟି
ଛାଡିବାକୁ ହୁଏ ଛାଇ ଛାଇ
ଅନ୍ଧ ବିସ୍ତୃତି ମଧ୍ୟରେ ।
ମୃତ୍ୟୁ ତୁମେ ହିଁ ଛାୟା ଅମରତାର
ଜୀବନ ଧାରା ଅବ୍ୟାହତ ସଦା
ନୁହେଁ ତୁମେ ଇଶ୍ବର ବିରୋଧୀ
ତୁମେ ଏକ ଦିଗ୍ ଦର୍ଶକ ନୂତନ ଅଭିବ୍ୟକ୍ତିର ।