Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

3  

Rajalaxmi Tripathy

Others

ଚେନାଏ ହସ

ଚେନାଏ ହସ

1 min
275


ବଦଳେ ଜୀବନ ଚେନାଏ ହସରେ

ବିନା ବାକ୍ୟ ବିନିମୟେ

ପ୍ରଥମ ଦେଖାର ପ୍ରେମ ପରିଭାଷା

ବାନ୍ଧି ରଖେ ନିବିଡ଼ ରେ ।


ଗୋଲାପ ପାଖୁଡା କୋମଳ ପରଶ

ଛୁଇଁଯାଏ ଦେହ ମନ

ପକ୍ଷୀର କାକଳୀ କୁଳୁକୁଳୁ ନଈ

ସାକ୍ଷୀ ରହେ ଚିରଦିନ ।


ପ୍ରଣୟୀ ବୁଝିଛି ପ୍ରଣୟିନୀ ଭାଷା

ଚେନାଏ ହସର କଥା

ମାନ-ଅଭିମାନ, ରୁଷା-ରୁଷି ସବୁ

ଗୋପନ ହୃଦୟ ବ୍ୟଥା ।


କଅଁଳ ଶିଶୁର ଚେନାଏ ହସରେ

ସ୍ରଷ୍ଟାଙ୍କର ନିଜ ସୁର

ରାଗ ରାଗିଣୀର ଝଙ୍କାର ତୋଳନ୍ତି

ହୋଇ ଅମୃତ ର ଝର ।


ଚେନାଏ ହସରେ ଶତ୍ରୁ ମିତ୍ର ହୁଏ

ଚୂର୍ଣ୍ଣ ହୁଏ ଅହମିକା

ଆଘାତ ନପାଉ ମାଟିର ମଣିଷ

ସେନେହ ଶରଧା ଫିକା ।


Rate this content
Log in