STORYMIRROR

Sabita Nayak

Action

4  

Sabita Nayak

Action

ପ୍ରତିବାଦ

ପ୍ରତିବାଦ

1 min
228


ମୁଁ ଅହଲ୍ୟା

ଭୁଲ ନଥାଇ ମଧ୍ୟ ମୁଁ ଅଭିଶପ୍ତା

ଦୋଷ କରେ ପୁରୁଷ ବଳି ପଡିଯାଏ ନାରୀ

ବିନା ପ୍ରତିବାଦେ ଅଭିଶାପକୁ ନେଲି ଆପଣାଇ

ଯୁଗ ଯୁଗ ପାଇିଁ ହୋଇଗଲି ପଥର

ଅନ୍ୟାୟ ଅତ୍ୟାଚାରର କରିପାରିଲିନି ପ୍ରତିବାଦ ।୧।


ମୁଁ ସୀତା

ବିନା ପ୍ରତିବାଦେ ଦେଲି ଅଗ୍ନିର ପରୀକ୍ଷା

ତଥାପି ସମାଜରେ ହୋଇଲି ନିନ୍ଦିତା

ସମାଜର ଆକ୍ଷେପ ବାରମ୍ବାର ଅବିଶ୍ବାସ

ଗର୍ଭାବାସେ ପୁଣି କଲି ବନବାସ

ଅନେକ ଯନ୍ତ୍ରଣା ଅସହ୍ୟ ବେଦନା

ପୁଣି ଅବିଶ୍ବାସର ଅଗ୍ନି

କରିପାରିଲିନି ପ୍ରତିବାଦ ହେଲି ପାତାଳଗାମୀ ।୨।


ମୁଁ ଯାଜ୍ଞସେନୀ

ଅଲିଅଳି ଦ୍ରୁପଦ ନନ୍ଦିନୀ

ବିନା ପ୍ରତିବାଦେ ବରିଲି ପଞ୍ଚପତି

ମୋ ପ୍ରେମକୁ ଦେଇ ବଳି

କୁରୁସଭାରେ ଦୁଃଶାସନର

ବିବାସନା କରିବାର ପ୍ରୟାସ

ଆଖି ଥାଇ ବୁଜିଦେଲେ ସବୁ ଜ୍ଞାନୀଗୁଣୀ

କେହି କରିଲେନି ଟିକିଏ ପ୍ରତିବାଦ।୩।


ଏଠି ଅନେକ ଅହଲ୍ୟା ସୀତା ଦ୍ରୌପଦୀ

ଇତିଶ୍ରୀ ନିର୍ଭୟା ପ୍ରୀୟଙ୍କା

ବାରମ୍ବାର ନିର୍ଯ୍ୟାତିତା ଧର୍ଷିତା ଲାଞ୍ଛିତା

ପ୍ରତିବାଦ କରି କରି ଜଳିଯାଏ ମରିଯାଏ

କ'ଣ ତୁମେ ଦେଖିପାରୁନ ହେ ବିଶ୍ବକର୍ତ୍ତା?।୪।


ଏଠି ହାରିଯାଏ ନିର୍ଦ୍ଧୋଷ

ଖସିଯାଏ ଦୋଷୀ

ଅତ୍ୟାଚାର ସହିଚାଲିଥାଏ ବାରମ୍ବାର 

ସରଳ ଲୋକଟି

ଅନେକ ଲାଞ୍ଛନା ଅତ୍ୟାଚାରର 

କରିପାରେନା ପ୍ରତିବାଦ

କହିପାରେନା ସହିପାରେନା

କଂସ ରାବଣର ଚାଲେ ରାଜୁତି ।୫।


ଏଠି ଅନେକ କଂସ 

ଅନେକ ରାବଣ ମହିଷାସୁର

ବଳିପଡିଯାଆନ୍ତି ନିରୀହ ଜନତା

ଦୁର୍ଯ୍ୟୋଧନ ଦୁଃଶାସନମାନେ

ବାରମ୍ବାର ସମାଜକୁ କରନ୍ତି ବିବାସନା

କିଏ କରିବ ଏମାନଙ୍କର ପ୍ରତିବାଦ ?

ସମୟ ଆସିଛି

ନିଜେ ଧର ନିଜ ମୁକ୍ତିର ପଥ

ନିଜେ ଧର ନିଜ ମୁକ୍ତିର ଅସ୍ତ୍ର

କର ପ୍ରତିବାଦ

ଦୁର୍ଗାଙ୍କ ପରି ଲଢ

ନିଶ୍ଚେ ହେବ ମହିଷାସୁରର ନିପାତ।୬।





Rate this content
Log in

Similar oriya poem from Action