STORYMIRROR

Sunita Barik

Tragedy

4  

Sunita Barik

Tragedy

ପ୍ରତାରଣାର ସ୍ଵର

ପ୍ରତାରଣାର ସ୍ଵର

1 min
212

ତୁମ ପ୍ରତାରଣାର ବହ୍ନିରେ

ସାରା ଜୀବନ

ଜଳିବା ଅପେକ୍ଷା

ତୁମ ସ୍ମୃତିର ଚାଦର ଓଢେଇ

ଜୀବନ ଜିଇଁବାଟା

ଶ୍ରେୟ ମଣିଲି

ଶରୀରର ପ୍ରତିଟି ଧମନୀରେ

ତୁମ ପ୍ରତାରଣାର ସ୍ଵର

ଗୁଞ୍ଜରିତ ହେଉଥିଲା ବେଳେ

ମୁଁ ସେଥିରୁ ଆଶ୍ବସ୍ତିର ଛୋଟ

ଅଥଚ ନିରର୍ଥକ

ପ୍ରୟାସ ଜାରି ରଖିଛି

ପ୍ରେମରେ ଛଳନାର ମୁଖା ପିନ୍ଧି

ତମେ ସିନା ମୋତେ

ବିବର୍ଣ୍ଣ କରିଦେଲ

ତଥାପି ମୁଁ ତୁମର

ଶୁଭଚିନ୍ତକ ସାଜି

ତୁମ ପାଇଁ ପ୍ରେମର

ପ୍ରଦୀପ ଜାଳି ରଖିଛି

ହାଲ୍‌କା ପବନର ସ୍ପର୍ଶ ପାଇ

ନିର୍ବାପିତ ହେବା ଭୟରେ

କେତେ ଯେ ରାତ୍ରିନ୍ଦିବ

ଉଜାଗରରେ କାଟିଛି

ତୁମ ପ୍ରେମରେ

ପ୍ରତାରଣାର ମହକ

ଛୁଟୁଥିବା ବେଳେ

ମୁଁ ମୋ ପ୍ରେମରେ ତାକୁ

ଵାସ୍ନାୟିତ କରିବାକୁ

ଶତଚେଷ୍ଟା କରିଚାଲିଛି

ହେଲେ ହେଁ

ମୁଁ ନିରୁତ୍ସାହିତ ହୋଇ

ତୁମକୁ ଆମରଣ

ଅଭିଶାପ ଦେବିନି

କେବଳ ଏତିକି ପ୍ରାର୍ଥନା କରିବି

ହେ ଇଶ୍ଵର!

ପ୍ରେମରେ ପ୍ରତାରଣାର

ସ୍ଵର କାହିଁକି?

ଯଦି ପ୍ରେମରେ

ପ୍ରତାରଣା ଅବଶ୍ୟମ୍ଭାବୀ

ତେବେ ପ୍ରେମରେ

ଚିରନ୍ତନତା ପ୍ରାପ୍ତି କେମିତି ।


Rate this content
Log in

Similar oriya poem from Tragedy