Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Inspirational

3  

Prabhati Mahapatra

Tragedy Inspirational

ପ୍ରତାରଣା

ପ୍ରତାରଣା

1 min
229



ପ୍ରବୃତ୍ତି ମାର୍ଗରେ ଯାତ୍ରା କରୁ କରୁ

ଅନ୍ତରେ ପ୍ରବେଶ ଦୃଶ୍ୟ

ନିସ୍ତେଜ ଶରୀରେ ଯୁବକ ଅଚେତ

ଆକଣ୍ଠେ ତାହାର ବିଷ ।

ଉଚ୍ଚ ଶିଖିତର ଡିଗ୍ରୀ ହାତେ ଧରି

ଲୋଟିଛି ଧରଣୀ କୋଳେ

କେତେ ଜନ ଆସି କ୍ଷଣେ ମାୟା କରି

ଆପଣା ରାସ୍ତାରେ ଚଳେ ।

ସିଦ୍ଧ ହସ୍ତ ନେଇ ଆସି ଥିଲା ଧାଇଁ

କର୍ମ କ୍ଷେତ୍ର ଅନ୍ୱେଷଣେ

ଧନ ମୂଲ୍ୟ ବିନା ପୁରଣ ହୁଏନି

ଏ କଥା କି ସିଏ ଜାଣେ ?

ବନ୍ଦ ଆଖି ପତା କହି ଦିଏ କଥା

କେତେ ସ୍ଵପ୍ନ ତାର ସାଥେ

ଦାୟିତ୍ବ ପାଳନେ ଆପାଦ ମସ୍ତକ

ପରିବାର ଘେନି ମାଥେ ।

ଅଯୋଗ୍ୟ ଅସିଦ୍ଧ ଏତେ ଜ୍ଞାନ ଶିକ୍ଷା

ଦାୟୀ ସିନା ହାତ ଗୁଞ୍ଜା

ଯିଏ ଭରି ଦିଏ ଟେବୁଲ୍ ତଳରେ

ସେହି କର୍ମଜୀବି ରାଜା ।

ଅର୍ଥ ପ୍ରଲୋଭନେ ପଡ଼ି ନୀଚ ଜନେ

ନିର୍ଣ୍ଣୟ କରନ୍ତି ମନ୍ଦ

କବି ପ୍ରାଣ କିନ୍ତୁ ଲେଖନୀ ମୁନରେ

ଦୂରୀଭୂତ କରେ ଦ୍ଵନ୍ଦ ।


Rate this content
Log in

Similar oriya poem from Tragedy