STORYMIRROR

Satyabati Swain

Tragedy

4  

Satyabati Swain

Tragedy

ପ୍ରତାରିତ ପ୍ରେମିକ

ପ୍ରତାରିତ ପ୍ରେମିକ

1 min
563

ତୋତେ କାଢ଼ି ହୃଦୟରୁ

ଫିଙ୍ଗି ପାରୁନାହିଁ

ତୋତେ ହୃଦୟରେ ରଖି

ବଞ୍ଚି ପାରୁନାହିଁ

ତୁ ଏମିତି ଗୋଟେ ଦୁର୍ବଳତା

ତୋ ବିନା ଏ ଦୁନିଆଁ ମୋତେ

ଲାଗେ ଖାଲି ପିତା ପିତା ।


ତୁ ହସରେ ଦୋଳି ଖେଳୁ

ତୋ ସୁନା ସଂସାରେ

ମୁଁ ଆଜି ଲହୁ ପିଇ ମରୁଅଛି

ମୋ ହାରିବା ଦୁନିଆଁରେ

ତୁ ଏମିତି ନିଷ୍ଠୁର ହେଲୁ

କଥା ଦେଇ ଏମିତି କେମିତି

ଭୁଲି ଗଲୁ ଆମ ପ୍ରେମ କଥା ।


ସମୟ ଏମିତି ସବୁ 

ଦିନେ ଦେବରେ ଭୁଲେଇ

ହୃଦୟେ ଯେଉଁ ଘା ଦେଲୁ

ଶୁଖି ପାରିବକି ସେହି

ରକତ ଝରିବ ଝର ଝର

ସେଥିରୁ ଲୁଚେଇ ଲୁଚେଇ

ଏ କଥାଟି କେବେ ହେବ କି ଅନ୍ୟଥା ।


ମନ ହୃଦୟ ଦେଇ ତୋତେ

ଏତେ ପାଉଥିଲି ଭଲ

ପାଗଳ ଟା କରି ମୋତେ

ଦେଲୁ ତା ଉଚିତ ମୂଲ୍ୟ

କେତେ ବୋକାଟେ ଥିଲି

କୁହୁଡି ପହଁରି ଗଲି

ଭାବି ଭାବି ବଢେ ମୋର ବ୍ୟଥା

ପ୍ରତାରିତ ପ୍ରେମିକ ଟେ

ଜୀଏଁ କି ମରେ କେହି ବୁଝେ ତାହା କଥା ।



Rate this content
Log in

Similar oriya poem from Tragedy