ପରଶ
ପରଶ


ତୁମରି ସେ ପ୍ରଥମ ପରଶ
ଉନ୍ମୁକ୍ତ ରାତିରେ ମତୁଆଲା
ନିଶବ୍ଦ ରାଗିଣୀ ତୋଳେ
ଆବାହନୀ କାମନା ତନୁରେ
ସତେଅବା ଶ୍ରାବଣର ବନ୍ୟା,
ବୋହିଯିବ ଲୋଟିଯିବ
ବାହୁ ବନ୍ଧନରେ ।।
ମୁକୁଳା ଆକାଶ ତଳୁ
ଝରିପଡେ ସ୍ନିଗ୍ଧ ଚାନ୍ଦିନୀ
ନିଜକୁ ପରଖେ,
ପ୍ରତିମ୍ବିବ ଘୁମନ୍ତ ଚକ୍ଷୁରେ।
ଶିହରି ଉଠଇ ସମୟ
ବର୍ଷଣମୁଖର ଝିଙ୍କାରି ଶବ୍ଦରେ
ବିବ୍ରତ ମୁଁ ତାର ସର୍ତକରେ,
କାଳେ ଯିବ ଅପସରି ଏ ରଜନୀ
ଅପଲକେ.....
ଉପହାସ ହେବି ଯଦି
ହସୁଥିବ ସୂର୍ଯ୍ୟ....ଦିବାଲୋକେ।।
ତୁମର ସେ ପ୍ରଥମ ପରଶ
ସତେଅବା ଯାଦୁକର
କାଉଁରୀ ମନ୍ତର
ମୃଦୃଗନ୍ଧେ ସୁଗନ୍ଧିତ ସଜଫୁଲ
ମଧୁଭରା କକ୍ଷ।
ହଁ....ମନେଅଛି
ତୁମର ସେ ପହିଲି ପରଶ
ଚାହାଣି ଇଙ୍ଗିତ ତୁମ
କରେ ପଥଭ୍ରଷ୍ଟ।।
ସାଜିଥିଲି ଅଭିସାରୀ
ମଣ୍ଡିଥିଲି
ମସ୍ତକଠୁଁ ପୟର ଯାଏଁ
ଶବ୍ଦ ଅଳଙ୍କାରେ ଅଳଙ୍କୃତ
ଅପୂର୍ବ ସେ ଅନୁରାଗ,
କବରୀରୁ ମଲ୍ଲୀକୁସୁମର ବାସଝରୁଥିଲା ଆବେଗରେ
ବଢୁଥିଲା ପ୍ରଖର ନିଃଶ୍ବାସ,
ତୁମର ସେ ପହିଲି ପରଶ।।