ପ୍ରଣୟ
ପ୍ରଣୟ
ଶଶାଙ୍କ ଶେଖର ରାୟ
ଅପେକ୍ଷା କରିଛି ଆଜି କୁଞ୍ଜବନ ,ଯମୁନା ତଟ
ତୁମ ଛମ୍ ଛମ୍ ପାଉଁଜି ଚୁଡିର ଶବ୍ଦକୁ
ଚୋରା ପ୍ରୀତି ଫୁଲେ ବାସ୍ନାୟିତ ପବନ
ଖୋଜିବୁଲନ୍ତି ଶୀତଳ ଛାଇରେ ଉଷ୍ଣ ସ୍ମୃତିକୁ ।
କାହ୍ନୁ ହେଲେ ମୁହିଁ ତୁମେ ମୋର ରାଧା
ବିନା ବଂଶୀସ୍ଵରେ ବିରହିଣୀ ତୁମେ ସଦା
ନାହିଁ ଆଉ ସେ ଲୁଚାଛପା ଚିଠି ଦିଆନିଆ
ନିନ୍ଦା ଅପବାଦ ବୋଳିହେବା ଆସ ଆମେ ଅଧାଅଧା ।
ସ୍ରୋତସ୍ଵନୀ ତୁମେ ତଳକୁ ପଡିବ ଝରି
ପାହାଡ ବନାନୀର ଛାତିକୁ ଚିରି
ମିଶିବାକୁ ଥରେ ମୋ ହୃଦସାଗରେ
କୋଣାର୍କର କାନ୍ଥେ ନଗ୍ନ ଶିଳାକୃତି ପରି ।
ଯୌନ-ଗ୍ରୀଷ୍ମର ତୃଷାର୍ତ୍ତ ପଥିକଟିଏ ମୁଁ
ମନଭରି ପିଇଯିବି ନିର୍ଭୟେ ତୁମକୁ
ତଥାପି ତୁମ ଅଙ୍ଗେ ଅଙ୍ଗେ ଭରି ରହିଛି ମାଦକତା
ତୃପ୍ତି ପାଇନି କେହି କେବେ ଧରି ଆଦିମ କ୍ଷୁଧାକୁ ।
ଦୁଇଟି ଆତ୍ମାର ପବିତ୍ର ମଧୁର ମିଳନେ
ହାତ ପାଇଯାଏ ମର୍ତ୍ତ୍ୟରୁ ସ୍ଵର୍ଗକୁ
ପ୍ରଣୟ ନଈରେ ତୁମେ ହେଲେ ଡ଼ଙ୍ଗା
ବାହିନେଉଥିବି କାତ ହୋଇ ମୁଁ ତୁମକୁ ।
,,,,,,,,,,ମୋ-7377197999,,,,,,,

