STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ପ୍ରଣମ୍ୟ ମନୋଜ

ପ୍ରଣମ୍ୟ ମନୋଜ

1 min
190


ହେ ପ୍ରାଜ୍ଞ ପୁରୁଷ! ପ୍ରଣମ୍ୟ ପୂଜ୍ଯଶ୍ରୀ ମନୋଜ ଦାସ

ଉତ୍କଳ ସାରସ୍ଵତ ଗଗନେ ତୁମ୍ଭେ ଉଜ୍ଜ୍ବଳ ଜ୍ଯୋତିଷ୍କ

କଥା ସମ୍ରାଟ ଉଚ୍ଚାଙ୍ଗ ଅନିର୍ବାଣ ପ୍ରଦୀପ ପ୍ରକାଶ

ମନନଶୀଳ ମନୋଜ୍ଞ ସ୍ରଷ୍ଟା ଅତୀନ୍ଦ୍ରୀୟ ଉନ୍ମେଷ!


ତବ ଲେଖନୀ ଚାଳନା କରିଛି ସାହିତ୍ୟକୁ ରୁଦ୍ଧିମନ୍ତ

ଓଡ଼ିଆ ଭାଷାକୁ ପ୍ରଦାନ କରିଛି ନୂତନତ୍ବ ନବ ଦିଗନ୍ତ

ସୃଷ୍ଟିରାଜି ତବ କରିଛି କୋଟି ହୃଦୟ ଆଲୋଡ଼ିତ

ଅର୍ଜିଛି ପାଠକୀୟ ଶ୍ରଦ୍ଧା ସ୍ବୀକୃତି ଆଦୃତି ଅଜସ୍ର!


ସକଳ ପୁରସ୍କାରର ବହୁ ଉର୍ଦ୍ଧ୍ବରେ ତବ ଉତ୍ତୁଙ୍ଗ ବ୍ଯକ୍ତିତ୍ବ

ସରଳ ଅମାୟିକ ପ୍ରଜ୍ଞାବାନ ଶୁଦ୍ଧ ବୌଦ୍ଧିକତାରେ ସମୃଦ୍ଧ

ହୋଇଅଛ ଏଇ ଧରାଧାମେ ଧୃବତାରା ସମ ପ୍ରତିଭାତ

ତବ କର କମଳ ପରଶେ ସମ୍ମାନ ହୋଇଛି ସମ୍ମାନିତ!


ସାଜିଛ ସଦା ଅଗଣିତ ସ୍ରଷ୍ଟାଙ୍କ ନିମନ୍ତେ ପ୍ରେରଣାର ସ୍ରୋତ

ପ୍ରତ୍ଯାବର୍ତ୍ତନର ଦୃଢ଼ ପ୍ରତିଶ୍ରୁତି ଦେଇ ହୋଇଗଲ ଅସ୍ତମିତ

ଝୁରୁଥିବ ଏଇ ଭୂମି ତୁମ୍ଭକୁ ଚିରଦିନ ଚିରକାଳ ଅବିରତ

ଘେନା କର ଅନ୍ତିମ ପ୍ରଣାମ ପ୍ରଣମ୍ୟ ଯୁଗସ୍ରଷ୍ଟା ଯୁଗ ପୁରୁଷ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics