Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyostna mishra

Abstract

4.0  

Jyostna mishra

Abstract

ପରଲୋକ

ପରଲୋକ

1 min
205



ପରକାଳ ବୋଲି ବିଶ୍ୱାସ ତ ଅଛି

କିଏ ସେ ସେସବୁ କେତେ ବା ଜାଣିଛି ?


'ପରକାଳ' ବୋଲି  ନାହିଁ କିଏ କହେ

   ନାହିଁ ଧର୍ମ ଭଗବାନ,

ସବୁତ ଆମର    ମନଗଢା କଥା 

   ଏସବୁ ଆମରି ଜ୍ଞାନ ।


ଯେତେ ଅଛି ଆଜି    ମନ୍ଦିର କି ପୂଜା

    ସବୁଠାରେ ଅଛି ଛନ୍ଦ,

ମିଳିବ କି ନାହିଁ   ମୁକତି ସେଥିରୁ

   ଆମେତ ଅଟୁ ଦୁର୍ବୋଧ ।


ଏଇ ପୃଥିବୀରେ   ନରକ ସରଗ

    ସବୁ ଦି ଦିନର ଖେଳ,

ମିଛ ମାୟା ବାବୁ   ସବୁ ଏଇଠାରେ

     ନାହିଁ କିଛି ପରକାଳ ।


କିଏ କହେ ଆଜି   ସହିଜା ନୀରବେ

    ଏହିଠାରେ ଇହକାଳ

ସୁଖଟିପାଇବୁ    କରିଥିଲେ ଧର୍ମ

   ହେବ ଯେବେ ପରକାଳ ।


ଦିନ ରାତି କର୍ମ   କରିଯା ସୁଜନେ

    ଭାବନାହିଁ ଫଳାଫଳ,

ଦେଲାବାଲା ଦେବ    ମୂଲ ତୋ କର୍ମର

    ସବୁ ହେବ ଯେ ମଙ୍ଗଳ ।


ଯାବତୀୟ କାର୍ଯ୍ୟ   ଏହିଠାରେ କଲେ

    ପାପର ବାହକ ଆମେ,

ସ୍ବର୍ଗ ସୁଖ ଯଦି    ଅଛି ସରଗରେ

    କୀର୍ତ୍ତନ ବି କେଉଁ କାମେ ।


 ଯିଏ ବା ଚାହୁଁଛି    ପରଲୋକ ସୁଖ

    କାହିଁକି ଲଢ଼ଇ ପୁଣି 

ଚାଲିଯିବା କଥା   ସ୍ବର୍ଗ ପରଲୋକ

    ସଂଗ୍ରାମ ନକର ଜାଣି ।


ସବୁ ସାଧୁ ସନ୍ଥ   ଧରା ଧାମେ ଯେତେ

     ଛାଡିଯାଅ ଇହଲୋକ,

ଇହଲୋକ ନଷ୍ଟ  ପରାଜୟସାଥେ

     ଭଲ ତୁମ ପରଲୋକ ।


ମାନବ ଧର୍ମର   ରକ୍ଷକ ହିଁ ସାଜି

    ନର ନାରାୟଣ ବାଛ

ଧରଣୀ ପୃଷ୍ଠରୁ  ଶୋଷକ ଶାସକ

   ଆତ୍ମା କର ମୂଳପୋଛ ।


Rate this content
Log in

Similar oriya poem from Abstract