ପ୍ରକୃତିର ପରିହାସ
ପ୍ରକୃତିର ପରିହାସ
ସମଗ୍ର ଧରାଣୀରେ ହତାଶ
ଚତୁର୍ଦ୍ଦିଗେ ନିଶବ୍ଦ ବତାସ
କୋରନାର କ୍ରୁର ପରିହାସ
ପ୍ରକୃତି ମାତାର ଅଟହାସ୍ୟ
ଆସ ନିଷ୍ଠୁର ସନ୍ତ୍ରାସବାଦୀ ମଣିଷମାନେ
ଧରି ତୁମ ଆଧୁନିକ ଅସ୍ତ୍ରଶସ୍ତ୍ର
କର ମୋର ନାଶ ଯୁଦ୍ଧରେ କରି ପରାସ୍ତ !୧!
କାହିଁକି ଏମିତି ଭୀତତ୍ରସ୍ତ
ଗୃହ ପିଞ୍ଜରାରେ ଇତଃସ୍ତ୍ରସ୍ତ
ସାଇତି ରଖିଛ ଅଣୁ ଅସ୍ତ୍ର
ଅତି ଆଧୁନିକ କ୍ଷେପଣାସ୍ତ୍ର
ଉଡାଣ ଭର ସୁପର ସୋନିକ ଜେଟ ବିମାନ
ସାଗରେ ଯୁଦ୍ଧ ତରି ବୁଡା ଜାହାଜ
ସ୍ଥଳଭାଗେ କମାଣ୍ତୋ ବାହିନୀ ମେସିନ୍ ଗନ୍ ।୨।
ମୁଁ ସାମାନ୍ୟ କୋରନା ଭୂତାଣୁ
କ୍ଷୁଦ୍ରାଦି କ୍ଷୁଦ୍ର ଅଦୃଶ୍ୟ ଅଣୁ
କାହିଁକି ଭୟରେ ହୁଅ ସ୍ଥାଣୁ
ମୃତ୍ୟୁକୁ ଆହ୍ୱାନ ଜାଣୁ ଜାଣୁ
କେତେ ଉନ୍ନତ ତୁମ ଭେଷଜ ବିଜ୍ଞାନ ଶାସ୍ତ୍ର
ଜ୍ଞାନୀ ଗୁଣୀ ଭେଷଜ ବିଜ୍ଞାନୀମାନେ
ସାମାନ୍ୟ ଭୂତାଣୁ ପାଇଁ କାହିଁ ଔଷଧ ଅସ୍ତ୍ର !୩!
ଶ୍ରେଷ୍ଟ ଜୀଵ ହୋଇ କର ଗର୍ବ
ଅନ୍ୟାୟ ଅତ୍ୟାଚାର ଶୋଷଣ
ହତ୍ୟା ଲୁଣ୍ଠନ ଧର୍ଷଣର ପର୍ବ
ଜାତି ଧର୍ମ ହିଂସାରେ ହୋଇ ଅନ୍ଧ
ପ୍ରକୃତିର ବିରୁଦ୍ଧରେ କର ପରିବେଶ ନଷ୍ଟ
ଭୋଗ ବିଳାସ ଲାଳସା ଚରିତାର୍ଥେ
ନିର୍ଦୟ ନିଷ୍ଠୁର ଚିତ୍ତରେ ଜୀବେ ଦେଇ କଷ୍ଟ ।୪।
ବାରମ୍ବାର ପ୍ରକୃତିର ଚେତାବନୀ
ଏଡାଇ ଦିଅ ନିଜକୁ ଭାବି ଜ୍ଞାନୀ
ସହିବାର ସୀମା ଉଲଂଘନ କରି
ଅହଙ୍କାରୀ ହୁଅ କାହିଁ ଜାଣି ଶୁଣି
ନିଜକୁ ସୁଧାରି ବଞ୍ଚିବା ଶିଖ ମା କୋଳରେ
ଅତ୍ୟାଚାର ତେଜି ସତ୍ୟାଗ୍ରହ କର
ଅହିଂସାର ପ୍ରେମ ଅସ୍ତ୍ର ଧରି ବିଶ୍ୱ ବକ୍ଷରେ ।୫।