STORYMIRROR

Mamatamanjari Das

Abstract

2  

Mamatamanjari Das

Abstract

ପ୍ରକୃତ ସୁଖ

ପ୍ରକୃତ ସୁଖ

1 min
252

ଆଙ୍କିଛକି କେବେ

ଦୁଃଖର ତୈଳ ଚିତ୍ରଟିଏ

ହୃଦୟର କାନଭାସ୍ ଉପରେ

ରଙ୍ଗ ଆଉ ତୁଳୀ କୁ ନେଇ


ଦେଖି ଛକି କେବେ ପାଖରୁ ତାକୁ

ରଙ୍ଗ କଳା କିମ୍ବା ଧଳା

ମାପିଛକି କେବେ ଜ୍ୟାମିତି କ୍ଷେତ୍ରେ

ତା'ର ଦୈର୍ଘ୍ୟ ଆଉ ପରିସୀମା


ଖିଲି ଖିଲି ହୋଇ ହସୁଥିବା ଓଠର ଫାଙ୍କରୁ

ଅନୁଭବ କରିଛକି କେବେ

ସେ ହସ ତଳେ ଲୁଚି ଥିବା

ତା ' ଦୁଃଖର ଗଭୀରତା କେତେ


ଦୁଃଖ ଦରିଆରେ ଭାସୁଥିଲା ବେଳେ

କେବେ ଖିଲି ଖିଲି ହୋଇ ହସିଛକି

ନିଜର କୋହକୁ ହୃଦୟରେ ଚାପି

କାହା ଲୁହ କେବେ ପୋଛିଛ କି


ଗୋପବନ୍ଧୁ ପରି ସନ୍ତାନ ହରାଇ

ଦୁଃଖୀ ସେବା କେବେ କରିଛକି

ନିଜର ଆହାର ଭୋକିଲାକୁ ଦେଇ

ପରପେଟେ ଦାନା ଭରିଛକି


ଜୀବନ ଟା ଯେବେ ଲୁଚକାଳୀ ଖେଳେ

ନିଶ୍ୱାସ ପ୍ରଶ୍ୱସ ଭିତରେ

ଦୁଃଖୀ ହୃଦୟର ଗଭୀରତା କେତେ

କେବେ କଳିଛକି ନିଜ ହୃଦୟ ଭିତରେ


ମିଛ ଏ ଦୁନିଆ

ସବୁ ଅଟେ ମାୟା

ଦୁଃଖ ହିଁ ଜୀବନ ସାଥୀ

ତା'ସାଥେ ଯଦି ବନ୍ଧୁତା କରିବ

ହୋଇବ ପ୍ରକୃତ ସୁଖୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract