ପ୍ରକୃତ ସୁଖ
ପ୍ରକୃତ ସୁଖ
ଆଙ୍କିଛକି କେବେ
ଦୁଃଖର ତୈଳ ଚିତ୍ରଟିଏ
ହୃଦୟର କାନଭାସ୍ ଉପରେ
ରଙ୍ଗ ଆଉ ତୁଳୀ କୁ ନେଇ
ଦେଖି ଛକି କେବେ ପାଖରୁ ତାକୁ
ରଙ୍ଗ କଳା କିମ୍ବା ଧଳା
ମାପିଛକି କେବେ ଜ୍ୟାମିତି କ୍ଷେତ୍ରେ
ତା'ର ଦୈର୍ଘ୍ୟ ଆଉ ପରିସୀମା
ଖିଲି ଖିଲି ହୋଇ ହସୁଥିବା ଓଠର ଫାଙ୍କରୁ
ଅନୁଭବ କରିଛକି କେବେ
ସେ ହସ ତଳେ ଲୁଚି ଥିବା
ତା ' ଦୁଃଖର ଗଭୀରତା କେତେ
ଦୁଃଖ ଦରିଆରେ ଭାସୁଥିଲା ବେଳେ
କେବେ ଖିଲି ଖିଲି ହୋଇ ହସିଛକି
ନିଜର କୋହକୁ ହୃଦୟରେ ଚାପି
କାହା ଲୁହ କେବେ ପୋଛିଛ କି
ଗୋପବନ୍ଧୁ ପରି ସନ୍ତାନ ହରାଇ
ଦୁଃଖୀ ସେବା କେବେ କରିଛକି
ନିଜର ଆହାର ଭୋକିଲାକୁ ଦେଇ
ପରପେଟେ ଦାନା ଭରିଛକି
ଜୀବନ ଟା ଯେବେ ଲୁଚକାଳୀ ଖେଳେ
ନିଶ୍ୱାସ ପ୍ରଶ୍ୱସ ଭିତରେ
ଦୁଃଖୀ ହୃଦୟର ଗଭୀରତା କେତେ
କେବେ କଳିଛକି ନିଜ ହୃଦୟ ଭିତରେ
ମିଛ ଏ ଦୁନିଆ
ସବୁ ଅଟେ ମାୟା
ଦୁଃଖ ହିଁ ଜୀବନ ସାଥୀ
ତା'ସାଥେ ଯଦି ବନ୍ଧୁତା କରିବ
ହୋଇବ ପ୍ରକୃତ ସୁଖୀ
