STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ପ୍ରକୃତ ସତ୍ୟ

ପ୍ରକୃତ ସତ୍ୟ

1 min
336

ବୋଉ ଯେବେ କେବେ ଦିଏ ଦୁଧ ସର

ଭାଇଭଉଣୀଙ୍କୁ ମୋର

ମୋ ହୃଦ କୋଣରେ ଇର୍ଷା ଜାତ ହୁଏ

ଶାଣିତ ହୁଅଇ ସ୍ବର।

ସେମାନଙ୍କୁ କାଳେ ବେଶି ଭଲପାଏ

ଭଲତ ପାଏନା ମୋତେ

ବଡ ସରାଗରେ ବେଶ କରିଦିଏ

ଦେଖି ରାଗ ଲାଗେ କେତେ।

ତାଙ୍କ ହସ୍ତ ଧରି ଯାତରା ବୁଲାଏ

କହେ ବଡ଼ ପିଲା ମୁହିଁ

ନିଜ କାମ ନିଜେ କର ବାବୁ ତୋର

ଏତେ ଅଳି କରୁ କାହିଁ?

ବଡ ହେଲା ପରେ ଏବେ ମୁଁ ବୁଝିଛି

ମୋ ପ୍ରତି ମମତା ସ୍ନେହ

କେତେ ଦେବାଦେବୀ କରିଅଛି ପୂଜା

ଛାତିରେ ଚାପି ତା କୋହ।

ଭଲ ପାଇବା ତ ହୃଦୟେ ବିରାଜେ

ଜାଣନ୍ତି ମହତ ଜନ

ଦେଖେଇ ଶିଖେଇ ଭଲ ପାଇବାରେ

ହ୍ବନ୍ତି ସିନା ହିନୀ ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract