ପ୍ରକୃତ ସତ୍ୟ
ପ୍ରକୃତ ସତ୍ୟ
ବୋଉ ଯେବେ କେବେ ଦିଏ ଦୁଧ ସର
ଭାଇଭଉଣୀଙ୍କୁ ମୋର
ମୋ ହୃଦ କୋଣରେ ଇର୍ଷା ଜାତ ହୁଏ
ଶାଣିତ ହୁଅଇ ସ୍ବର।
ସେମାନଙ୍କୁ କାଳେ ବେଶି ଭଲପାଏ
ଭଲତ ପାଏନା ମୋତେ
ବଡ ସରାଗରେ ବେଶ କରିଦିଏ
ଦେଖି ରାଗ ଲାଗେ କେତେ।
ତାଙ୍କ ହସ୍ତ ଧରି ଯାତରା ବୁଲାଏ
କହେ ବଡ଼ ପିଲା ମୁହିଁ
ନିଜ କାମ ନିଜେ କର ବାବୁ ତୋର
ଏତେ ଅଳି କରୁ କାହିଁ?
ବଡ ହେଲା ପରେ ଏବେ ମୁଁ ବୁଝିଛି
ମୋ ପ୍ରତି ମମତା ସ୍ନେହ
କେତେ ଦେବାଦେବୀ କରିଅଛି ପୂଜା
ଛାତିରେ ଚାପି ତା କୋହ।
ଭଲ ପାଇବା ତ ହୃଦୟେ ବିରାଜେ
ଜାଣନ୍ତି ମହତ ଜନ
ଦେଖେଇ ଶିଖେଇ ଭଲ ପାଇବାରେ
ହ୍ବନ୍ତି ସିନା ହିନୀ ମାନ।