STORYMIRROR

SARATA KUMAR DAS

Tragedy Others

3  

SARATA KUMAR DAS

Tragedy Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
321

ଛଳନାରେ ଭରା ଦୁନିଆ ତ ଏହି

ବନ୍ଧୁ ଟି ମିଳିବେ କାହିଁ,

ମିଥ୍ୟା ଅହଙ୍କାର ଫାଶେ ସଦା ବନ୍ଧା

ବନ୍ଧୁ ପରି ବନ୍ଧୁ ନାହିଁ ।।


ହାତ ବଢାଇଲେ ଶୂନ୍ୟ ଆକାଶକୁ

ଆକାଶ ତ ଘୁଞ୍ଚିଯାଏ,

ସାଗର ଲହରୀ ଛୁଇଁ ପାରେନାହିଁ

ବେଳାଭୂଇଁ କାନ୍ଦୁଥାଏ ।।


ଅସରା ଲୁହରେ ପୂରା ମୋ ପସରା

କାଳ ବଇଶାଖୀ ଝଡ,

ଶ୍ରାବଣ ଆସିଲେ ବହିଯାଏ ନୀର

ମାନେ ନାହିଁ ବନ୍ଧ ବାଡ୍ ।।


ସ୍ନେହ ସୌହାର୍ଦ୍ଦର ହାତ ଟି ମାଗିଲେ

ମିଳେ ପାପୁଲିଏ ଦୁଃଖ,

କାହିଁ ମୁଁ ପାଇବି କୃଷ୍ଣ ବା ସୁଦାମା

ବିଶ୍ବାସ ର ମଧୁ ସୁଖ ।।


ବିସ୍ତାରିତ ଏହି ଧରା ପୃଷ୍ଠେ ଯେତେ

ମାୟା ମରୀଚିକା ଝର,

ତୁମେ ପ୍ରଭୁ ମୋର ସୁଖର ଦୁଃଖର

ବନ୍ଧୁ ,ସଖା ,ସହୋଦର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy