Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Abstract

3.9  

Puspanjali Panda

Abstract

ପରକାଳ

ପରକାଳ

1 min
176


ସ୍ଵାମୀ ପରମେଶ୍ବର

ସ୍ୱାମୀ ଦେବତା

ଇହକାଳ ପରକାଳ ର ବୋଲି 

ଜେଜେ ମା କହେ

ମା ଠାରୁ ବି କହେ ।

ହେଲେ ଦେବତା ଦିଅନ୍ତି କଣ!

କିଛି ଦେଖିନି।

ସଂସାର ର ପ୍ରାପ୍ୟ ଅପ୍ରାପ୍ୟ 

ଭୋଗ୍ୟ ଅଭୋଗ୍ୟ 

ବସ୍ତୁ ଅବସ୍ତୁ କୁ

ଭାଗ କରନ୍ତି କି!

ସୁଖ ଦେଇ ଦୁଃଖ ନିଅନ୍ତି କି!!

ଆହାଃ ପଦେ କହନ୍ତି କି!

ବରଂ ସ୍ୱମୀତ୍ୱରେ, ପ୍ରଭୂତ୍ବରେ 

ଅବହେଳିତ ସ୍ତ୍ରୀ ଟିକୁ

ଦୁଃଖ,ଯାତନା, ନିର୍ଯାତନା 

ର ଭଉଁରୀ କୁ ଠେଲି ଦେଇ

ସୁଖ ପାଆନ୍ତି

ସ୍ୱାମୀ ଇହକାଳ ପରକାଳ ର ଦେବତା ବୋଲାନ୍ତି।।

କଣ ପାଇଁ ପରମେଶ୍ବର?

ଏଯାଏ ବୁଝି ପାରିନି!!

ଦେଖିଛି ବା କିଏ ପର ସମୟର ବେଶ,

ଏଇଠି ଜନ୍ମ ଏଇଠି ମୃତ୍ୟୁ

ଏଇଠି ସଂସାର ଆରମ୍ଭ 

ଏଇଠି ମଶାଣୀ ରେ ଶେଷ।।

ମୃତ୍ୟୁ ପରର ଜୀବନ

ବୁଝେନା ଅବୁଝା ମନ

ତଥାପି ଏବେବି  

ମୃତ୍ୟୁ ପରର ଜୀବନକୁ ନେଇ

ଏତେ ସବୁ ସହିବାର

ଉପକ୍ରମ କରୁଅଛି 

ନାରୀ ଟିଏ

ସ୍ତ୍ରୀ ଟିଏ

ମା ଟିଏ।।

ହାଏ ରେ ଅବୁଝା ଜୀବନ

ପରକାଳ ଦେଖୁ କି ଦେଖୁ

ପିଣ୍ଡ ଗଲାପରେ ପିଣ୍ଡ ଦାନ

ସାଦରେ ଗ୍ମହଣ କରେ

ଅନ୍ୟ ଜଗତର ଅଦୃଶ୍ୟ ନିମନ୍ତ୍ରଣ।

ଅଛିଣ୍ଡା ଅଙ୍କ ଏ ଇହକାଳ ପରକାଳ ର ଜୀବନ।


Rate this content
Log in

Similar oriya poem from Abstract