STORYMIRROR

Panchanan Jena

Fantasy

4  

Panchanan Jena

Fantasy

ପ୍ରଜ୍ଞା ନିଳୟେ ଆଳୟେ

ପ୍ରଜ୍ଞା ନିଳୟେ ଆଳୟେ

1 min
287



କଥା କଥାକେ କହନ୍ତି

ମନ ଯଦି ଚାଙ୍ଗା

ମାଟିଘଟରେ ବି ଗଙ୍ଗା


ପଢିଛି ମନ ହିଁ ସମ୍ମୋହନ

ଶୁଣିଛି ମନ ହିଁ କ୍ଷଣ କ୍ଷଣ କେ ଆନ

ବୁଝୁଛି ମନ ହିଁ ପାପ- ପୂଣ୍ୟର ପେଣ୍ଠସ୍ଥାନ

ଜାଣୁଛି ମନ ହିଁ ସମସ୍ୟା -ସମାଧାନର କର୍ମସ୍ଥାନ

ମାନୁଛି ମନ ହିଁ ସ୍ବର୍ଗାଦପି ଗରିୟସୀ ବୈକୁଣ୍ଠ ଆସ୍ଥାନ


କିନ୍ତୁ 

ବିଚଳିତ ମନକୁ ପାରୁନି ବୁଝେଇ

ଚଳଚଞ୍ଚଳ ମନ ମସ୍ତିସ୍କକୁ ଦବେଇ

ନୂଆ ଫନ୍ଦି ଫିକର ବାହାର କରି

ହୁଗୁଳି ଖସି ପଳାଏ ମନ ଟା

ମୋତେ କରେ ନୟାନ୍ତ ପରାସ୍ତ ହଡ଼ବଡେଇ


ମନରେ ବିଚାର ଭିନ୍ନ

ଆଉ ମୁଣ୍ଡରେ ଚିନ୍ତାର ଚିହ୍ନ

ମହାକଳହ ହେବ ହିଁ ହେବ


ମନରେ ଆତୁର ତର ତର

ଆଉ ବୁଦ୍ଧିରେ ଚତୁର ଟାଉଟର

ମହାଭାରତ ଆରମ୍ଭ ହିଁ ହେବ


ମନରେ ସୁଧାର ଚିନ୍ତାକଳ୍ପ

ଆଉ ମସ୍ତିସ୍କରେ ଉଦାର ଅଳ୍ପ ଅଳ୍ପ

ସତ୍ୟ ଶିବ ସୁନ୍ଦର ପରମେଶ୍ବର ହିଁ ହେବ


ମନରେ ଆନନ୍ଦ ପରମାନନ୍ଦ

ଆଉ ଚୈତନରେ ନିରାନନ୍ଦ ମକରନ୍ଦ

ପ୍ରଜ୍ଞା ନିଳୟେ ଆଳୟେ ମନ୍ଦ ମଳୟ ବିରାଜିବ


Rate this content
Log in

Similar oriya poem from Fantasy