ଗର୍ବରେ କହିବ
ଗର୍ବରେ କହିବ


ଆଜି ସାରା ଦେଶ ଉତ୍ସବ ମୁଖର
ତ୍ରିରଙ୍ଗା ପତାକା ଉଡେ ଫର ପର
ଜନ ମନ ଗଣ ଗାଇ ଗାଇ
ଭାରତ ପାଳୁଛି କଣ୍ଠ ଫଟେଇ
ଛଅସ୍ତରିତମ ସାଧାରଣତନ୍ତ୍ର ଦିବସ
ଅଫିସ ବିଦ୍ୟାଳୟ ନଗର ସହର
ଶୀତ ସକାଳରେ ଝିଅ ବାଢ଼େ ପଖାଳ
ଅଭାବରେ ସନ୍ତୁଳା ବାପ ଖାଇ ଯିବ ସହଳ
ପରେ ସେ ଯିବ ସ୍କୁଲ ଚଞ୍ଚଳ
ପ୍ୟାରେଡ଼ରେ ଭାଗ ନେଇଛି
ପତାକା ଉଡ଼ା ପରେ ପରେ
ମିଳିବ ସେଓ ବୁନ୍ଦିଆ ପୁଡିଆ କେବଳ
ଧୋବ ଫରଫର ବଗ ବଗୁଲି ଦଳେ
ଉଡିଗଲେ ମଥା ଡେଇଁ ନୀଳାଭ ନଭେ
ସେମାନଙ୍କ ଚେଁ ଚାଁ ଶବ୍ଦ ବିଶ୍ଳେଷଣେ
କୁଆଡେ ସେମାନେ ବି ଗାଉଥିଲେ
ଜାତୀୟ ସଙ୍ଗୀତ ପ୍ରଶାନ୍ତ ମନେ
ଇଛା ସବୁ ଉଦା କୁହୁଡି କାକର କୋଳେ
ସ୍ୱପ୍ନ ସବୁ ଫିଙ୍ଗ
ା ସରିଲାଣି
ସାମ୍ବିଧାନିକ ସ୍ଵାଧୀନତା ମେଳେ
ସମାନତା ଧର୍ମନୀରପେକ୍ଷତାର ଆଳେ
ସମାଜବାଦୀ ସଂଘୀୟ ଭାଇଚାରା କୂଳେ
ମନରେ ଦେଶପ୍ରେମର ସ୍ବତଃସ୍ଫୁର୍ତ୍ତ ସସ୍ମୋହନ
ହୁଏ ବାଉଳି ଚାଉଳି କାଉଳି
କୁନି ଝିଅ ସାଜିଛି ମାତଙ୍ଗିନୀ ହାଜରା
ଛାତିରେ ଯାବୋଡି ଧରିଛି ଜାତୀୟ ଧ୍ବଜାକୁ
ଭାରତ ଛାଡ଼ ଝାଙ୍କି ବେଳେ କବଳେ ସବଳେ
ଫମ୍ପା ଭାଷଣ ଶୁଣିବାକୁ ଇଛା ହେଉନି
ତଥାପି ବାଧ୍ୟ ଅବୋଲକରା ଶୁଣିବ
ମିଛ ବାକ୍ୟ ବାଣରେ ଡାକବାଜି କମ୍ପିବ
ତଥାପି ମୁଗ୍ଧ ବିବେକାନନ୍ଦ ଶୁଣିବ
ଛାତିରେ ଝଣ୍ଡା ଲଗେଇ ଗର୍ବରେ କହିବ
ମନରେ ଦମ୍ଭ ମିଶେଇ
ଶବ୍ଦରେ ବଳ ଜୁଟେଇ
ମନରେ ଶକ୍ତି ଖଟେଇ
ଛାତିରେ ମୁକ୍ତି ଲଗେଇ
ଭାରତ ମାତାଙ୍କ ଜୟ ରଟିବ ।