STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଗର୍ବରେ କହିବ

ଗର୍ବରେ କହିବ

1 min
235


ଆଜି ସାରା ଦେଶ ଉତ୍ସବ ମୁଖର

ତ୍ରିରଙ୍ଗା ପତାକା ଉଡେ ଫର ପର

ଜନ ମନ ଗଣ ଗାଇ ଗାଇ

ଭାରତ ପାଳୁଛି କଣ୍ଠ ଫଟେଇ

ଛଅସ୍ତରିତମ ସାଧାରଣତନ୍ତ୍ର ଦିବସ

ଅଫିସ ବିଦ୍ୟାଳୟ ନଗର ସହର


ଶୀତ ସକାଳରେ ଝିଅ ବାଢ଼େ ପଖାଳ 

ଅଭାବରେ ସନ୍ତୁଳା ବାପ ଖାଇ ଯିବ ସହଳ

ପରେ ସେ ଯିବ ସ୍କୁଲ ଚଞ୍ଚଳ

ପ୍ୟାରେଡ଼ରେ ଭାଗ ନେଇଛି

ପତାକା ଉଡ଼ା ପରେ ପରେ

ମିଳିବ ସେଓ ବୁନ୍ଦିଆ ପୁଡିଆ କେବଳ


ଧୋବ ଫରଫର ବଗ ବଗୁଲି ଦଳେ

ଉଡିଗଲେ ମଥା ଡେଇଁ ନୀଳାଭ ନଭେ

ସେମାନଙ୍କ ଚେଁ ଚାଁ ଶବ୍ଦ ବିଶ୍ଳେଷଣେ

କୁଆଡେ ସେମାନେ ବି ଗାଉଥିଲେ

 ଜାତୀୟ ସଙ୍ଗୀତ ପ୍ରଶାନ୍ତ ମନେ


ଇଛା ସବୁ ଉଦା କୁହୁଡି କାକର କୋଳେ

ସ୍ୱପ୍ନ ସବୁ ଫିଙ୍ଗା ସରିଲାଣି

ସାମ୍ବିଧାନିକ ସ୍ଵାଧୀନତା ମେଳେ

ସମାନତା ଧର୍ମନୀରପେକ୍ଷତାର ଆଳେ

ସମାଜବାଦୀ ସଂଘୀୟ ଭାଇଚାରା କୂଳେ


ମନରେ ଦେଶପ୍ରେମର ସ୍ବତଃସ୍ଫୁର୍ତ୍ତ ସସ୍ମୋହନ 

ହୁଏ ବାଉଳି ଚାଉଳି କାଉଳି

କୁନି ଝିଅ ସାଜିଛି ମାତଙ୍ଗିନୀ ହାଜରା

ଛାତିରେ ଯାବୋଡି ଧରିଛି ଜାତୀୟ ଧ୍ବଜାକୁ

ଭାରତ ଛାଡ଼ ଝାଙ୍କି ବେଳେ କବଳେ ସବଳେ


ଫମ୍ପା ଭାଷଣ ଶୁଣିବାକୁ ଇଛା ହେଉନି

ତଥାପି ବାଧ୍ୟ ଅବୋଲକରା ଶୁଣିବ

ମିଛ ବାକ୍ୟ ବାଣରେ ଡାକବାଜି କମ୍ପିବ

ତଥାପି ମୁଗ୍ଧ ବିବେକାନନ୍ଦ ଶୁଣିବ

ଛାତିରେ ଝଣ୍ଡା ଲଗେଇ ଗର୍ବରେ କହିବ

ମନରେ ଦମ୍ଭ ମିଶେଇ

ଶବ୍ଦରେ ବଳ ଜୁଟେଇ

ମନରେ ଶକ୍ତି ଖଟେଇ

ଛାତିରେ ମୁକ୍ତି ଲଗେଇ

 ଭାରତ ମାତାଙ୍କ ଜୟ ରଟିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational