STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ମାେ ଦେଶ ଭାରତ

ମାେ ଦେଶ ଭାରତ

1 min
200


ତ୍ରିରଙ୍ଗାର ତିନି ରଙ୍ଗ ......................

ପ୍ରତି ଭାରତୀୟର ଗର୍ବର ପ୍ରତୀକ

ଉଡୁଛି, ଉଡୁଥିବ ଅବିରତ !

ଜାଗ୍ରତ ପ୍ରହରୀ ଆତ୍ମାର 

କଷ୍ଟଲବ୍ଧ ସମ୍ପତ୍ତି ଦେଶ ମାତୃକାର ।।


କାଶ୍ମୀରରୁ କନ୍ୟା କୁମାରୀ..............

ଗଗନେ ପବନେ ଝଙ୍କୃତ

ବୀର ପ୍ରସବିନୀ ,

ଭାରତ ମାତା ଆମ ଜୟ ମାଆ ଭାରତୀ ।।


ସ୍ଵାଧୀନ ଦେଶର ............................

ବିବିଧତାର ଅପୂର୍ବ ନିଦର୍ଶନ

ସତ୍ୟର ବ୍ରତୀ ହୋଇ

କର୍ମମୁଖର ଜାତିର ସ୍ୱର୍ଣ୍ଣାଭ ଯାତ୍ରା ଗୀତି ।।


ସ୍ୱାର୍ଥ ମୁକ୍ତ, ସତ୍ କର୍ମ, ଶତ ଧର୍ମ .........

ତ୍ୟାଗର ପରାକାଷ୍ଠା 

ସମୃଦ୍ଧ କରେ ଜୀବନ

ଆମ ଦେଶର ମାଟି ପାଣି ପବନ ।।


ଶସ୍ୟ ଶ୍ୟାମଳ ପୂର୍ଣ୍ଣ ଗର୍ଭା................

କଳା ଭାସ୍କର୍ଯ୍ୟ, ଜ୍ଞାନ ବିଜ୍ଞାନରେ ପାରଦର୍ଶି

ସୃଷ୍ଟି ସମ୍ଭାର ନିପୁଣା ଭାରତ

ଶୂନ୍ୟରୁ ପୂଣ୍ୟ କୋଟି ଐଶ୍ୱର୍ଯ୍ୟେ ଉଡ଼େ ଯା ନେତ ।।


ତନ୍ତ୍ର ତନ୍ତ୍ରୀ,ଏକତାର ମନ୍ତ୍ରେ ..............

ସର୍ବ ଧର୍ମ ସମନ୍ୱୟ ପରମ୍ପରା ଏହି ସେ ଦେଶେ

ଜନ ଗଣ ଏଠି,

ସଖା ସହୋଦର ଭାବ ନେଇ ବଞ୍ଚେ ।।


ତ୍ରିରଙ୍ଗାର ଜୟ ଘୋଷ ପାଇଁ ..........

ଅମୂଲ୍ୟ ଏଠି ବଳିଦାନ

ଶେଷ ରକ୍ତ ବୁନ୍ଦେ ଲେଖା 

ଆମ ପ୍ରିୟ ଦେଶ ପତାକାର ନାମ ।।


ସତ୍ୟ, ଧର୍ମ, ନ୍ୟାୟ ......................

ଉନ୍ନତିର ପଥେ

ଗଡ଼ି ଚାଲେ ଏଠି ଚକ୍ର ଯେ ଗୋଟି

ଯାହା ପାଦେ ହୁଏ ସଦା ମଥା ନତ ।।


ଖଦୀରୁ ବର୍ଦ୍ଦି ...............................

ଉଦ୍ୟୋଗରୁ ଉଦ୍ ଯୋଗୀ

ନୀତି ନୈପୁଣ୍ୟତାର ସୁଯୋଗ ବୃଷ୍ଟି

ଅନନ୍ୟା ଭାରତ ଅନନ୍ୟ କୃତି

ଧନ୍ୟ ଦେଶ ଧନ୍ୟ ଆମ ଜାତୀୟ ସଂହତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational