STORYMIRROR

pranati Mahapatra

Inspirational

4  

pranati Mahapatra

Inspirational

ହଟିଆ କାହ୍ନୁ

ହଟିଆ କାହ୍ନୁ

1 min
192


ସବୁ ହୁନ୍ଦର ତୁ ଲଗାଉ କାଳିଆ 

ବସି ତୋ ନୀଳକନ୍ଦରେ,

ଷାଠିଏ ପଉଟି ଅବଢାକୁ ଭୁଞ୍ଜି

ଚକାଆଖି ମେଲି ସବୁ ଦେଖୁରେ।

ତୁ ବଡ଼ ହଟିଆ କାହ୍ନୁରେ



ମଣିଷ ମନରେ ହିଂସା ବାଦ ଭରି

    କଳିଗୋଳ ତୁ ଲଗାଉ,

ପୁଣି ସ୍ନେହ ଶ୍ରଦ୍ଧା ଦୟା କ୍ଷମା ଭରି

    ଅଶାନ୍ତ ଶାନ୍ତ କରାଉ।

    ଆହେ ପ୍ରଭୁ ମହାବାହୁ

ଏମିତିକା କରି ତୋର ଏ ସୃଷ୍ଟିରେ

     କି ଲାଭ କହ ପାଉରେ।

    ତୁ ବଡ଼ ହଟିଆ କାହ୍ନୁରେ।


ଜୀବନ ଦେଇଛୁ କେତେ ଆନନ୍ଦରେ

    ବିତିଯାଏ ମଣିଷର,

ପୁଣି କେତେବେଳେ ଜିଇଁ ଥାଉ ଥାଉ

     ମରିବା ଅବସ୍ଥା ତା'ର।

ବୈକୁଣ୍ଠ ପୁର ତ ମଶାଣି ସମାନ

   ହୁଏ ଯେ ଅନୁଭବରେ।

 ତୁ ବଡ଼ ହଟିଆ କାହ୍ନୁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational