STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ଭୁଲ ନାହିଁ ତାଙ୍କୁ

ଭୁଲ ନାହିଁ ତାଙ୍କୁ

1 min
167


ସକାଳରୁ ସଞ୍ଜ  ଆମରି ସେବାରେ

    ବିତଇ ତାଙ୍କରି ଦିନ

ନିଜେ ନ ଖାଇ  ଆମକୁ ଖୁଆନ୍ତି

    ମହାନ ତାଙ୍କରି ଦାନ।୧।


ତାଙ୍କ ପାଇଁ ସିନା  ଦୁନିଆ ଦେଖୁଛି

    ଯାଣୁଛି କେତେ ଯେ ମୁହିଁ

ସିଏ ପିତା ମାତା  ଜଗତ ଠାକୁର

    ତାଙ୍କ ପରି କେହି ନାହିଁ।୨।


ଦେଇ ସତ ଶିକ୍ଷା  ଗଢିଲେ ଜୀବନ

    ସମାଜର ହିତ ପାଇଁ

ଦୁର୍ଲ୍ଲଭ ଜୀବନ ପାଇଛି ଯେବେ ମୁଁ

    ଏ କଥା ଭୁଲିବି ନାହିଁ।୩।


ସୂର୍ଯ୍ୟ ଚନ୍ଦ୍ର ଯଦି  ସତ୍ୟ ହୁଏ ଏଠି

    ସିଏ ତ ଠକନ୍ତି ନାହିଁ

ମୋର ଦେହେ ବୁଦ୍ଧି ଅସୀମ ସାହସ

    ଧୈର୍ଯ୍ୟ ହରା ହେବି କାହିଁ।୪।


ନିଜ ବାହୁ ବଳେ କରିଣ ମେହନ୍ତ

    ରଖିବି ମାନ ଦେଶର

ନିଜ କର୍ମ ବଳେ ପାଳିବି ଜଗତ

    ନ ରଖି ଦୁଃଖ କାହାର।୫।


ଦୁଃଖୀ ଦରିଦ୍ରଙ୍କ ଦୁଃଖର ବେଦନା

    ଅନ୍ତ ଯେ କରିବି ମୁହିଁ

ମୁକ ମୁହେଁ ଭାଷା ଅନ୍ଧ ପାଇଁ ଆଖି

    ସାଜିବି ତାଙ୍କୁ ମୁଁ ଚାହିଁ।୬।


ଥିଲା ବାଲା ଯଦି ସବୁ ଥାଇ ତାର

   ମୁହଁ ମୋଡ଼ି ଦିଏ ଜାଣି

ସେପରି ଜୀବନ ନିଜ ସୁଖ ପାଇଁ

   କରୁଣ ତାଙ୍କ କାହାଣୀ।୭।


ଅତୀତର ପୃଷ୍ଠା  ଓଲଟାଇ ଦେଖ

   ନିଜ ମୁହଁ ଦିଶୁ ଥିବ

ବଡ଼ ପଣେ ଆଜି ଗର୍ବ ଭାବ ଆଣି

  କି ଅବା ଲାଭ ହୋଇବ।୮।


କିଛି ନୁହେଁ ଏଠି ଦୀର୍ଘଦିନ ପାଇଁ

   ଅଚିରେ ଯିବ ତ ଧୋଇ

ତେବେ କିମ୍ପା ଆଜି ବଡ଼ ପଣେ ମୁହିଁ

   ଡିଣ୍ଡିମ ପିଟିବି ଭାଇ।୯।


ସେନେହ ମମତା ଦେଇଥିଲେ ଦିନେ

   ଆଦର ପାଇବି ମୁହିଁ

ଏହାଠାରୁ ଅବା ବଡ଼ କଥା କିଛି

   କୋଉଠି ମିଳିବ କାହିଁ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational