STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ମହାନ ଭାରତବର୍ଷ

ମହାନ ଭାରତବର୍ଷ

1 min
186


କେଉଁ ଭାଷା ଦେଇ ବର୍ଣିବି ଦେଶକୁ

ମହାନ ଭାରତବର୍ଷ

ଯେଉଁ ଦେଶେ ଜନ୍ମ ପ୍ରଭୁ କୄଷ୍ଣ ରାମ

ଧାର୍ମିକ ଭାରତବର୍ଷ।୧।

ଯେଉଁ ଦେଶେ ଆମ ଗୀତା ଭାଗବତ

ଜୀବନ ଯାତ୍ରାର ଗ୍ରନ୍ଥ

ସେହି ଦେଶେ ହୁଏ ପ୍ରଭୂଙ୍କର ଭକ୍ତି

ଜଗନ୍ନାଥ ପ୍ରଭୁ ଗ୍ରନ୍ଥ।୨।

ଅହିଂସା ର ମନ୍ତ୍ର ମହାତ୍ମାଗାନ୍ଧୀଙ୍କ

ଗୁଞ୍ଜୁ ଅଛି ବିଶ୍ବ ମଧ୍ୟେ

ସୁବାଷ ବାବୁଙ୍କ ବୀରତ୍ବର ଗାଥା

ଜ୍ଞାନ ଦିଏ ଦେଶ ମଧ୍ୟେ।୩।

ଏକତା ଆଲୋକ ଦେଶେ ପ୍ରଭାବିତ

ବିଭିନ୍ନ ଭାଷାର ମଧ୍ୟେ

ଏକ ଦେଶ ଏକ ରାଷ୍ଟ୍ରୀୟ ପତକା

ଶ୍ରେଷ୍ଠ ହୁଏ ଦେଶ ମଧ୍ୟେ।୪।

ଦେଶ ସମ୍ବିଧାନ ଅପୂର୍ବ ହୋଇଛି

ସମଭାବ ଦେଶ ମଧ୍ୟେ

ଭେଦଭାବ ନାହିଁ ପବିତ୍ର ଗନ୍ଥରେ

ଶିକ୍ଷା ଦିଏ ବିଶ୍ବ ମଧ୍ୟେ।୫।

ପ୍ରେମ ଭକ୍ତି ଦେଶେ ମିଳୁ ଥାଏ ନିତ୍ୟେ

ଭାଗବତ କଥା ଜ୍ଞାନ

ମନୁଷ୍ୟ କର୍ତ୍ତବ୍ୟ ଅନୁଭୂତି ହୁଏ

ରାମାୟଣ କଥା ଜ୍ଞାନ।୬।

ଧର୍ମ ଅଧର୍ମର ଶ୍ରେଷ୍ଠ ବଚନକୁ

ଗୀତା ଦିଏ ନିତ୍ୟେ ଜ୍ଞାନ

ଏପରି ଦେଶରେ ଜନ୍ମଟି ଆମର

ଶ୍ରେଷ୍ଠ ହୁଏ ରାଷ୍ଟ୍ର ଗାନ।୭।

ବଲ୍ଲଭ ଭାଇ ସେ ପୂର୍ବ ଗୄହ ମନ୍ତ୍ରୀ

କଲେ ଏକତ୍ରିତ ଦେଶ

ରାଜା ଶାସକଙ୍କୁ ଯୋଡିତ କରିଣ

ଲୋକତନ୍ତ୍ର କଲେ ଦେଶ।୮।

ଦେଶର କଳ୍ପନା ଦେଶର ବୈଭବ

କର୍ମ ବଳେ ପୁରା ହେଉ

ଆତ୍ମନିର୍ଭର ରେ ଯୋଡିତ ହୋଇଣ

ବିଶ୍ବ ଗୁରୁ ନିଶ୍ଚେ ହେଉ।୯।

କେଉଁ ଭାଷା ଦେଇ ବର୍ଣିବି ଦେଶକୁ

ମହାନ ଭାରତବର୍ଷ

ଯେଉଁ ଦେଶେ ଜନ୍ମ ପ୍ରଭୁ କୄଷ୍ଣ ରାମ

ଧାର୍ମିକ ଭାରତବର୍ଷ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational