STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

କଲମ ଖୋଜୁଛି ପାଠ

କଲମ ଖୋଜୁଛି ପାଠ

1 min
214


କଲମର ଧାରେ

ଲେଖା ହୁଅଇ ପାଠ

ଯୁଗର ତାଳେ ତାଳେ

ଯାଉଛି ବଦଳି ପାଠର ରୂପରେଖ,

ମାନବ କରଇ ଯନ୍ତ୍ରର ବ୍ୟବହାର

ଅକ୍ଷରର କିବୋର୍ଡରେ

ଯାଉଛି ଲେଖା ହୋଇ 

ସଭିଏଁ ମଣନ୍ତି କଲମର

ଶିଥିଳ ଗତି ମନ୍ଥର

ଲୋଡା ପଡଇ ନାହିଁ ।

କଲମ ମୁନର ପ୍ରୟୋଜନ

ଅବୋଧ ମାନବ ଭୁଲି ତ ଯାଇଛି,

କଲମ ଅଟଇ ଖଣ୍ଡାର ଧାର 

ତାରି ବଳେ ହୋଇଛି

ଲେଖା କେତେ କିମ୍ବଦନ୍ତୀ

ଅଭୁଲା ଇତିହାସ ସଭ୍ୟତାର

ତାରି ବିନା ଅପୂର୍ଣ୍ଣ ରହିବ

ଲେଖାର ସଂସ୍କୃତି ସଂସ୍କାର

କମ୍ପୁଟର କି ଯୋଗାଇ

ଦେବ କଲମର ମହକ

କଲମ ବିନୁ କି ଲେଖା

ହୋଇବ ନୂତନ ଯୁଗର ମରମ ଗାଥା 

ସଦା ହୋଇବ କଲମର ଜୟଗାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational