STORYMIRROR

Pradipta Panda

Romance Fantasy

3  

Pradipta Panda

Romance Fantasy

ମୋ ପ୍ରିୟତମା

ମୋ ପ୍ରିୟତମା

1 min
210

ଅନେଇ ବସିଛି ମୁଁହି ଯାହାକୁ

କୁଆ ନେଇଗଲା କାହିଁ ତାହାକୁ

କାହିଁକିରେ କୁଆ ବାଇଆ ହେଲୁ

ମୋ ହୃଦ ଧନକୁ କୁଆଡେ ନେଲୁ

ନେଲେ ନେଲୁ ପଛେ ଫେରେଇ ଦେ

ମୂଷାଟେ ରଖିଛି ତୋ ପାଇଁ ନେ‌।


ମୋ କଥା ଶୁଣି କି କହିଲା କୁଆ

ପ୍ରଦୀପ୍ତ ସତେକି ହେଲୁ ବାଇଆ

କହୁଛୁ ଯାହାକୁ ତୁ ହୃଦ ଧନ

ସିଏ ପରା ମୋର ନେଲାଣି ପ୍ରାଣ

ଦରକାର ନାହିଁ ମୂଷା ମୋହର

ସମ୍ଭାଳେ ଅମୂଲ୍ୟ ସମ୍ପଦ ତୋର।


ଅମୂଲ୍ୟ ସମ୍ପତ୍ତି ସିଏ ମୋହର

ତୁ କି ବୁଝିବୁ ମୂଲ୍ୟ ତାହାର

ଜଗତ ଭିତରେ ଗୋଟିଏ ସିଏ

ତା ପରି ଅବା ହୋଇବ କିଏ 

ଗୁଣ ଚିହ୍ନେ ଗୁଣି ସୁନା ବଣିଆ

ମୁଁ ଜାଣେ ସିଏ କେତେ ବଢ଼ିଆ।


ଲୋକଙ୍କ ଭିତରେ ସିଏ ଉତ୍ତମ

ତାରାଗଣ ମଧ୍ୟେ ଚନ୍ଦ୍ରମା ସମ

ନଦୀ ମଧ୍ୟେ ଗଙ୍ଗା ନାରୀରେ ସୀତା

ଫୁଲରେ ଗୋଲାପ ଜଗତଜିତା

ସୂର୍ଯ୍ୟର ଆଲୋକ ଜହ୍ନର ଜ୍ୟୋତି

ମୋ ପ୍ରୀୟତମାର ଗୁଣ ଏମିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance