STORYMIRROR

Pradipta Panda

Others

3  

Pradipta Panda

Others

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
49

ତୋ ଛାମୁରେ ଆଜି ତୋ ଜନ୍ମ ଦିନରେ

        ଯାଚକ ହୋଇ ମୁଁ ପାତିଛି ହାତ,

ହସ୍ତ ତୋଳି ଦେବୁ ଯେବେ ମୋ ମାଗୁଣି

       ହୋଇବ ତୋହର ଚିତ୍ତ ସମ୍ମତ । 


ଏ ପୂଣ୍ୟ ଦିନରେ 

     ହୃଦ ମଣ୍ଡପରେ

       ବିରାଜିବୁ ନନ୍ଦସୁତ,

କରି ବଡ ଆଶା 

   ତୋ ଠାରେ ଭରସା

      ଚାହିଁଛି ମୁଁ ତୋର ପଥ। 


ନୁହେଁ ମୁଁ ପବିତ୍ର

     ଅବା ତୋ ଭକତ

       ମୁଁ ଏକ ନଗଣ୍ୟ ଭୃତ୍ୟ,

ନିଜ ବଡ ପଣେ

    ଆସିବୁ ମୋ ମନେ

      କରି ସେନେହ କିଞ୍ଚିତ । 


ଜାଣି ମୋ ଭାବକୁ

    ମୋ ଚିତ୍ତ ଠାବକୁ 

      କରିବୁ ତୁ ପୂଣ୍ୟ ପ୍ଳୁତ,

ଧରି ତୋ ଚରଣ 

     ଯାଇ ମୁଁ ଶରଣ 

        ଦେବି ପୀରତି ପ୍ରଭୁତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍