STORYMIRROR

Debashis Prusty

Classics Fantasy Others

3  

Debashis Prusty

Classics Fantasy Others

ଅଲେଖ। ଡାଇରୀ

ଅଲେଖ। ଡାଇରୀ

1 min
222

ପକେଟ୍ ମନି ରୁ କିଛି କିଛି ରଖି 

କିଣିଥିଲି ଗୋଟେ ଡାଏରୀ

ଲେଖିନି ସେଥିରେ ଗପ କି ଗୀତ ଟେ 

ଲେଖିନୀ ସେଥିରେ ସାୟରୀ ।


ଲାଗିନି ତା ଦେହେ କାଳୀ ର ବିନ୍ଦୁ ଟେ 

ଏବେ ବି ଅଛି ସେ କୁଆଁରି

ମୋ ପଢା ଥାକ ରେ ଏବେ ବି ସାଇତା 

ସେ ମୋର ଅଲେଖା ଡାଏରୀ ।


ଭାବିଥିଲି ସେଠି ଲେଖି ଦେବି ମୋର 

ପ୍ରଥମ ପ୍ରେମ ର ପ୍ରିୟା କୁ

ପୁଣି ମୁଁ ଭାବିଲି କାହିଁକି ଜଳିବି

ସେ ପାଉଁଶ ତଳର ନିଆଁ କୁ ।


ଭାବିଥିଲି ପୁଣି ଲେଖି ଦେବି ମୋର

ଜୀବନର କିଛି କାହାଣୀ

ପୁଣି ମୁଁ ଭାବିଲି କାହିଁକି ଲେଖିବି 

ଏ ନିଷ୍କ୍ରିୟ ମଣିଷ ଜୀବନୀ ।


ଲାଗୁଛି ଯେମିତି ମୋ ପଢା ଥାକରୁ

ସେ କରେ ମତେ ଉପହାସ

କହୁଛି ସତେ କି ଲେଖି ପାରିବୁନି

ଯିବ ଦିନ ମାସ ବର୍ଷ ।



Rate this content
Log in

More oriya poem from Debashis Prusty

Similar oriya poem from Classics