STORYMIRROR

Panchanan Jena

Tragedy

4  

Panchanan Jena

Tragedy

ନାହିଁ ନିର୍ବାଣର ନିଶା

ନାହିଁ ନିର୍ବାଣର ନିଶା

1 min
375



ଏତେ ସହଜ ନୁହଁ

ସବୁ ଗରଳ ପିଇଯିବା ନୀଳକଣ୍ଠ ପରି

ସବୁ ଜଞ୍ଜାଳ ଭୁଲିଯିବା ଆକଣ୍ଠ ବିସ୍କରି


ଏତେ ସହଜ ଆଦୌ ନୁହଁ

କୁଢ଼ କୁଢ଼ ଅପମାନକୁ ଠେଲିଦେବା

ଅସଂଖ୍ୟ ପ୍ରଶ୍ନର ଗଳାକୁ ଚିପିଦେବା


ଏତେ ସରଳ କେବେ ବି ନୁହଁ

ପ୍ରତିଶୋଧର ଡେଙ୍ଗୁରାକୁ ଲଗାମ ଦେବା

ଅସୂୟାର ପ୍ରତ୍ୟୁତ୍ତର ହସି ହସି ଫେରେଇବା


ମଣିଷ କୂଳରେ ଜନ୍ମ

ରକ୍ତ ମାଂସରେ ଗଢ଼ା ଶରୀର

ରାଗ ରୋଷ ଅଭିମାନ ରହିବ ହିଁ ବଢିବ

ଘୃଣା ଦ୍ବେଷ ସ୍ୱାଭିମାନ ପାଳିବ ହିଁ ଗଢିବ


ଧମନୀରେ ଶୋଣିତର ଶତ ଶହସ୍ର ହୁଙ୍କାର

ଶିରା ପ୍ରସିରାରେ ଅୟୁତ ନିୟୁତ ପ୍ରହାର

କେମିତି ଭୂଲିବି କୁହ

କେମିତି ଛାଡିବି କୁହ

ଶତାବ୍ଦୀର ଶେଷ ଅହମିକାର ଆର୍ତ୍ତନାଦ ଝଙ୍କାର


ଇଛା ନାହିଁ ନିର୍ବାଣର ନିଶା

ତେଲ ଲୁଣ ଦୁନିଆରେ ଅଭ୍ୟସ୍ତ

ମନେ ନାହିଁ ସ୍ବର୍ଗପ୍ରାପ୍ତିର ଆଶା

ନରକ ଯନ୍ତ୍ରଣା ହିଁ ପର୍ଯ୍ୟାପ୍ତ

କଳ୍ପି ନାହିଁ ଦୈକୁଣ୍ଠଧାମ ଦିଶା

ସ୍ଵାର୍ଥମେଧ ଯଜ୍ଞ ଶେଷେ ଜୀବନ ସୂର୍ଯ୍ୟାସ୍ତ


ବିଶ୍ଵଶକ୍ତି ଋଷିଆ ବଦଳି ପାରୁନି

ୟୁକ୍ରେନ୍ ଉପରେ ଘନ ଘନ ରକେ

ଟ ମାଡ଼

ଜ୍ଞାନଶକ୍ତି ଇସ୍ରାଏଲ ପ୍ରତିଶୋଧ ଭୁଲୁନି

ହାମାସ୍ ଉପରେ ଅତର୍କିତ ଆକ୍ରମଣ ଝଡ଼

ଶକ୍ତିଶାଳି ଟ୍ରମ୍ପ ପୁତିନ୍ ଜିନପିଙ୍ଗ୍ 

ବଦଳୁ ନାହାନ୍ତି ଯଦି

ମୋ ବଦଳିବା ନେଇ ଏତେ ବିତଣ୍ଡା କାହିଁକି

ମୋ ତର୍କ ବିତର୍କକୁ ନେଇ ଏତେ ଏଜେଣ୍ଡା କାହିଁକି


ତର୍ଜନି ନିର୍ଦ୍ଦେଶ ବଡ଼କୁ ନାହିଁ

ମୁଁହ ବାଙ୍କିଯାଏ 

ଲାଞ୍ଜ ଜାକିଯାଏ

ମୁଣ୍ଡ ନଇଁଯାଏ ବଳକୁ କଳକୁ ଚାହିଁ


ଅଙ୍ଗୁଳି ଦେଖେଇବ ଖାଲି ସାଧାରଣ ନରେ

ବାହୁବଳ ଦେଖେଇବ ଧମକେଇବ

ବନ୍ଧୁକରେ ବିନ୍ଧିଦେବ ଚମକେଇବ

ଗର୍ଜନ ତର୍ଜନ କରିବ ଦେବେଇ ଦେବ ସ୍ୱରେ


ଗଲାଣି ତ ଗଲା କଥାରେ ଭଗତ

ସେ କାଳ ଗଲାଣି ଫେରି

ଦରିଦ୍ର ଜନତା କଲେଣି ଭାଳେଣି 

ସ୍ୱ ମର୍ଜିରେ ମୃତ୍ୟୁ ଆଲିଙ୍ଗନ ଭେରି


ସହିବାର ସୀମା ସରିଲା ସଙ୍ଗାତ

 ମାନବିକତାର ବାର୍ତ୍ତା ବହେ

ଅଶ୍ରୁଜଳ ଫେଡ଼ି ଝାଳନାଳ ନିଗାଡି

ଧରଣୀ ବକ୍ଷେ ସୁନା ଫସଲ କହେ


ମରିବା ପଛେ ନଇଁବା ମନା

ପଣ ନେଇଛେ ହିମାଳୟ ଛୁଇଁ

ସ୍ୱାଭିମାନ ଛାଡି ଅଭିମାନ ବାଡ଼ି

ଧରିଛି ଧରିବ ଧାଇଁବ ଛୁଇଁବ ଭୂଇଁ


Rate this content
Log in

Similar oriya poem from Tragedy