STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପଚାରୁଛି ସାଂସାରିକ

ପଚାରୁଛି ସାଂସାରିକ

1 min
300


କବିତା - ପଚାରୁଛି ସାସାଂରିକ

ରଚନା - ପଞ୍ଚାନନ ଜେନା

ତାରିଖ - ୧୫-୧-୨୦୨୫


ଅମୃତ ସ୍ନାନର ପାବନପର୍ବ

ପ୍ରୟାଗରାଜର କୁମ୍ଭମେଳା

କୋଟି କୋଟି ପୁରୁଷ ନାରୀ

କଳ୍ପବାସ କରନ୍ତି ନ କରି ହେଳା


ଭିଡ ଜମାନ୍ତି ସ୍ନାନ କରନ୍ତି ବୁଡ଼ ପକାନ୍ତି 

ଛୁଟି ଆସନ୍ତି ସଙ୍ଗମସ୍ଥଳର ତଟେ

ବୃଦ୍ଧବୃଦ୍ଧା କିଶୋର କିଶୋରୀ ବି ଆସନ୍ତି

ଗଙ୍ଗା ଯମୁନା ସରସ୍ଵତୀ ମିଳନ ଘାଟେ

ଗାଧୋଇ ପାଧୋଇ ପୋଛନ୍ତି କଳୁଷ ଘଟେ


ଦେଶରୁ ଆସନ୍ତି ମହାଦେଶରୁ ଆସନ୍ତି

କୋଣ ଅନୁକୋଣରୁ ଭେଳାକୁ ଭେଳା

ନାଗା ବାବାଜୀ ମାତଜୀ ଆସନ୍ତି ଭଳିକି ଭଳି

ସାହି ସ୍ନାନ କରନ୍ତି ମହା ଆଡ଼ମ୍ବରେ 

ଭିଡ ସମ୍ଭାଳି ଧୂନି ଦିଅନ୍ତି ସନାତନୀ କଳା


ମନରେ ସ୍ୱତଃ ପ୍ରଶ୍ନାଘାତ

ମହକୁମ୍ଭରେ ବୁଡ଼ ପକେଇଲେ

ପାପ ଧୋଇଯିବ କି ?

ଗଣ୍ଡୁଷ ଭର୍ତ୍ତି ପୂଣ୍ୟ ମିଳିବ କି ? 


ମନ ଗହନରେ ପୁଣି ପ୍ରଶ୍ନବାଚୀ

ଗଂଗା ଯମୁନା ଅନ୍ତ8ସଲିଳା ସରସ୍ଵତୀ 

ନଦୀର ସଙ୍ଗମ ସ୍ଥଳରେ

ପାତକ ନାଶିନୀ ରାସାୟନିକ ପ୍ରକ୍ରିୟା

ହେଉଛି କି ?

ମହାପାପ ନାଶ କାରିଣୀ ସ୍ରୋତ ସୃଷ୍ଟି

ହେଉଛି କି ?


ପୁଣି ମନ ମଗଜରେ ପ୍ରଶ୍ନାବଳୀ

ମହାକୁମ୍ଭ ସ୍

ନାନ ପରେ ପରେ

ପାପ ପାଣିକୁ ବୋତଲରେ

ପ୍ଲାଷ୍ଟିକ ଡବାରେ ଭରି ଘରକୁ

ଆଣିଲେ

ମଝିରେ ମଝିରେ ଟୋପାଏ ଟୋପାଏ

ପାନକଲେ

ଶୁଦ୍ଧପୂତ ଭାବନା ଉଦ୍ରେକ ହୁଏ କି ?

ଚିତ୍ତଶୁଦ୍ଧି ଧର୍ମ-ଦୟା-ଦାନ ବୃଦ୍ଧି ହୁଏ କି ?

ଧର୍ମ ଅର୍ଥ କାମ ମୋକ୍ଷ ମାର୍ଗ ପ୍ରଶସ୍ତ ହୁଏ କି ?


କହିବେ କି ?

ବୁଝେଇ ଦେବେ କି ?


ପାପ ଆମର ଚିନ୍ତା ଚେତନାରେ ଥାଏ 

ନା ଚର୍ମାବୃତ୍ତ ଶରୀରରେ ?

ପାପ ଆମର କର୍ମ କାଣ୍ଡ ବଚନରେ ଥାଏ

ନା ରକ୍ତ ମାଂସ ହାଡ଼ରେ ନିର୍ମିତ ଦେହରେ ?

ମହାକୁମ୍ଭର ଜଳ ମହାତୀର୍ଥର ସଳିଳ

ବାହ୍ୟ ଶରୀରକୁ ସଫା କରେ 

ନା ଆମ ସୁପ୍ତ ଚେତନା ଚୌହଦୀକୁ ?

ନା ଆମ ସଂଗୁପ୍ତ ଚିନ୍ତା ଚଇତାଲିକୁ ?

ନା ଆମ ଉତ୍କ୍ଷୀପ୍ତ ଭାବନା ବର୍ଣ୍ଣାଳୀକୁ ?

ନା ଆମ ଉଦ୍ଧତ କଳ୍ପନା ପ୍ରଣାଳୀକୁ ?

ନା ଆମ ଚୈତନ୍ୟ ଚରିତାମୃତକୁ ?

ନା ଆମ ସ୍ଵତସ୍ଫୁର୍ତ୍ତ ଜୀବନଯାପନ ଧାରାକୁ ?

ନା ଆମ ଅନ୍ତର୍ନିହିତ ତ୍ରୀବେଶୀ ସଙ୍ଗମକୁ ?

ନା ଆମ ଧର୍ମ ଧ୍ୟାନ ମୋକ୍ଷ୍ୟପ୍ରାପ୍ତି ମାର୍ଗକୁ?


ପଚାରୁଛି ଏକବିଂଶ ଶତାବ୍ଦୀର ଭାରତବର୍ଷ

ପଚାରୁଛି ବୈଶିକ ଆଧୁନିକ ଉତ୍କଳ ପ୍ରଦେଶ

ପଚାରୁଛି ଜଣେ ଦୀନ ହୀନ ସାଧାରଣ ନାଗରୀକ

ପଚାରୁଛି ଜଣେ ଧର୍ମଭୀରୁ ଦେଶଭକ୍ତ ସାଂସାରିକ


Rate this content
Log in

Similar oriya poem from Tragedy